ପାରାଦୀପ: ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ୪ଟି ଖାଲି ବଗି ଲାଇନଚ୍ୟୁତ ହୋଇଛି। ପାରାଦୀପ ବନ୍ଦରରୁ ଆସି ପୁରୁଣା ଷ୍ଟେସନରେ ରଖାଯାଉଥିବା ବେଳେ ଏହି ଟ୍ରେନର ବଗି ଲାଇନଚ୍ୟୁତ ହୋଇଥିଲା। ସୌଭାଗ୍ୟ ବଶତଃ ବିଦ୍ୟୁତ୍ ଖୁଣ୍ଟରେ ମାଡ଼ ହେବା ପୂର୍ବରୁ ଏହା ଅଟକି ଯାଇଥିଲା।
ଟ୍ରେନର ଟ୍ରାକ୍ ଉପରେ କୋଇଲା ଗଦା ହୋଇ ରହିଥିବା ଦେଖିବାକୁ ମିଳିଥିଲା। ବର୍ଷା ଯୋଗୁଁ କୋଇଲା ଗୁଡିକ ଟାଇଟ ହୋଇଯାଇଥିବାରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଗତ ଦୁଇଦିନ ତଳେ ମଧ୍ୟ ଏହି ରେଲୱେ ଟ୍ରାକ୍ ରେ ଗୋଟିଏ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ଫଳରେ ଏହି ଟ୍ରାକ ସଫା ନହେବା ପର୍ଯ୍ୟନ୍ତ ଏହି ଟ୍ରାକ୍ ରେ ଟ୍ରେନ୍ ଚଳାଚଳ ନକରିବାକୁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି।
ତେବେ ଘଟଣାକୁ ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ କୈାଣସି ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ସୂଚନା ମିଳିଛି।
Comments are closed.