ଗଞ୍ଜାମ: ପାରିବାରିକ କଳହର କରୁଣ ପରିଣତି। ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତ ଯୁବକ ହେଉଛନ୍ତି ଅମର ନାୟକ। ସ୍ୱାମୀକୁ ସ୍ତ୍ରୀ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲା। ଖବର ପାଇ ଘଟଣା ସ୍ଥଳରେ ଧରାକୋଟ ପୁଲିସ ପହଞ୍ଚି ଶବକୁ ଜବତ କରି ସ୍ତ୍ରୀକୁ ଅଟକ ରଖିଛି।
ଖବର ଅନୁସାରେ, ଗତକାଲି କୌଣସି କାରଣରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟର ପାରିବାରିକ କଳହ ଦେଖାଯାଇଥିଲା । ଏହାପରେ ସ୍ତ୍ରୀ ଅଞ୍ଜନା ସ୍ବାମୀକୁ ତଣ୍ଟିଚିପି ହତ୍ୟା କରିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସ୍ତ୍ରୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି।
ତେବେ କେଉଁ କାରଣ ପାଇଁ ବଚସା ଆରମ୍ଭ ହୋଇଥିଲା ସେହି କାରଣ ବର୍ତ୍ତମାନ ସୁଦ୍ଧା ଜଣୀପଡ଼ି ନାହିଁ । ପୋଲିସ କୌଣସି ସୂତ୍ରରୁ ଖବର ପାଇ ଶବକୁ ଜବତ କରି ସ୍ତ୍ରୀ ଅଞ୍ଜନାଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି।
Comments are closed.