Latest Odisha News

BREAKING NEWS

ବର୍ଷାଋତୁରେ ନକ୍ସଲଙ୍କୁ ମିଳିବନି ଆରାମ,ଜାରି ରହିବ ନକ୍ସଲ ବିରୋଧୀ ଅଭିଯାନ : ଶାହ

ଛତିଶଗଡ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ରେ ନକ୍ସଲବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଘୋଷଣା କରିଛନ୍ତି। ରବିବାର ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏବେ ନକ୍ସଲମାନେ ବର୍ଷାରେ ମଧ୍ୟ ଆରାମ ପାଇବେ ନାହିଁ, କାରଣ ସମଗ୍ର ମୌସୁମୀ ଋତୁରେ ନକ୍ସଲ ବିରୋଧୀ ଅଭିଯାନ ଜାରି ରହିବ।

ନକ୍ସଲବାଦୀମାନେ ଅସ୍ତ୍ର ଛାଡିଦେବା ଉଚିତ ବୋଲି ଶାହ ଚେତାବନୀ ଦେଇଥିଲେ। ଏବେ ଆଲୋଚନାର କୌଣସି ଆବଶ୍ୟକତା ନାହିଁ, ସରକାର ଉପରେ ଭରସା କରନ୍ତୁ । ସେ କହିଛନ୍ତି ଯେ, ଛତିଶଗଡ଼ ସରକାର ନକ୍ସଲବାଦୀଙ୍କ ପାଇଁ ଏକ ଉତ୍କୃଷ୍ଟ ଆତ୍ମସମର୍ପଣ ନୀତି ପ୍ରସ୍ତୁତ କରିଛନ୍ତି ଏବଂ ଏହା ଆତ୍ମସମର୍ପଣ କରିବାର ସର୍ବୋତ୍ତମ ସୁଯୋଗ। ଗୃହମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଏବଂ ରାଜ୍ୟ ସରକାର ଦ୍ରୁତ ଗତିରେ ଏକାଠି କାମ କରୁଛନ୍ତି ଏବଂ ୩୧ ମେ ୨୦୨୬ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବା ଲକ୍ଷ୍ୟ ରଖାଯାଇଛି।

ଶାହା ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଭାରତକୁ ନକ୍ସଲବାଦ ଭଳି ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତ କରି ହିଁ ପ୍ରକୃତ ବିକାଶ ସମ୍ଭବ। ସେ ନକ୍ସଲବାଦୀମାନଙ୍କୁ ଚେତାବନୀ ଦେଇଥିଲେ ଯେ ଆତ୍ମସମର୍ପଣ କରିବାର ଏହା ସର୍ବୋତ୍ତମ ସମୟ, ଏବଂ ସେମାନେ ଏହାର ଲାଭ ଉଠେଇବା ଉଚିତ।

ସୂଚନାଥାଉକି, କେନ୍ଦ୍ର ଗୃହମନ୍ତ୍ରୀ ମନ୍ତ୍ରୀ ଅମିତ ଶାହ ଆଜି ସୁରକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି । ନକ୍ସଲବାଦ ପ୍ରସଙ୍ଗରେ ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ଡିଜିପି/ଏଡିଜିପି ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଏକ ଆନ୍ତଃରାଜ୍ୟ ସୁରକ୍ଷା ସମନ୍ୱୟ ବୈଠକର ଅଧ୍ୟକ୍ଷତା କରିଛନ୍ତି ।

ଖବରମୁତାକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କର ଦୁଇ ଦିନିଆ ଗସ୍ତରେ ଛତିଶଗଡ଼ରେ ପହଞ୍ଚିଛନ୍ତି। ନୟା ରାୟପୁର ସେକ୍ଟର ୨ରେ ଅମିତ ଶାହ ଜାତୀୟ ଫୋରେନସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି। ଅମିତ ଶାହ NFSU ରାୟପୁରର ସ୍ଥାୟୀ କ୍ୟାମ୍ପସ ମଧ୍ୟ ଉଦଘାଟନ କରିଛନ୍ତି।

Comments are closed.