ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଶିଳ୍ପ ସମାଗମ ମେଳା । ବରମୁଣ୍ଡାରେ ଥିବା ବିଜୁ ପଟ୍ଟନାୟକ ଖେଳପଡିଆରେ ମେଳାକୁ ଉଦଘାଟନ କରାଯାଇଛି । ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ଏହାକୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବଭାଗର ସଚିବ ଅମିତ ଯାଦବ ଆନୁଷ୍ଠାନିକଭାବେ ଉଦଘାଟନ କରିଛନ୍ତି । ଅନୁସୂଚିତ ଜାତି, ପଛୁଆବର୍ଗ ଏବଂ ସଫେଇ କର୍ମଚାରୀ କାରିଗରଙ୍କ ପାରମ୍ପାରିକ ଉତ୍ପାଦ ଏହି ମେଳାରେ ଦେଖିବାକୁ ମିଳିଛି । ସରକାରଙ୍କ ତରଫରୁ ମେଳାର ଆୟୋଜନ କରାଯାଉଥିବା ବେଳେ ବ୍ୟବସାୟୀଙ୍କ ପାଇଁ ମାଗଣାରେ ଷ୍ଟଲ ବ୍ୟବସ୍ଥା କରାଯାଇଛି । ଏହା ସହ ସେମାନଙ୍କ ରହିବା ଓ ଖାଇବା ପିଇବା ବ୍ୟବସ୍ଥା ମଧ୍ୟ ହୋଇଛି । ପ୍ରତିବର୍ଷ ଦେଶର ବିଭିନ୍ନ ପ୍ରାନ୍ତରରେ ଏହି ମେଳା ଆୟୋଜନ କରାଯାଏ । ଚଳିତଥର ୧୪ଟି ରାଜ୍ୟର ବିଭିନ୍ନ ଜିନିଷ ଏହିମେଳାରେ ଦେଖିବାକୁ ମିଳିଛି । ୭ ଦିନ ଯାଏଁ ମେଳା ଚାଲିବାକୁ ଥିବା ବେଳେ ରାଜଧାନୀବାସୀ ମେଳାର ବେସ ମଜା ନେଉଛନ୍ତି । ଘରକରଣା ଜିନିଷ ସାଙ୍ଗକୁ ବିଭିନ୍ନ ମନଲୋଭାଣିଆ ଜିନିଷ ମିଳୁଥିବାରୁ ଗ୍ରାହକଙ୍କ ବେସ ଭିଡ ଦେଖିବାକୁ ମିଳୁଛି । ଆସନ୍ତା ୭ଦିନ ମଧ୍ୟରେ ପ୍ରତିଦିନ ମେଳା ଦେଖିବା ପାଇଁ ଗ୍ରାହକଙ୍କ ଭିଡ ଜମିବ ବୋଲି ଆଶା କରାଯାଇଛି । ସେହିପରି ମେଳାରେ ମନୋରଞ୍ଜନ କରିବା ପାଇଁ ବିଭିନ୍ନ ରାଜ୍ୟର କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରୁଛନ୍ତି । ଶିଳ୍ପ ସମାଗମ ମେଳାରେ ଗ୍ରାହକ ଜିନିଷ କିଣିବା ସମ ମନୋରଞ୍ଜନ ମଧ୍ୟ କରିପାରିବେ ବୋଲି କୁହାଯାଇଛି
BREAKING NEWS
- ସ୍ଥାୟୀ ନିଯୁକ୍ତି ପାଇବା ପୂର୍ବରୁ ଲାଞ୍ଚ ନେଇ ଜେଲ୍ ଗଲେ ମହିଳା ସବ୍-ରେଜିଷ୍ଟ୍ରାର୍
- ଦୀପାବଳୀ ପାଳିବେନି ନବୀନ ପଟ୍ଟନାୟକ: ବନ୍ୟା ପୀଡ଼ିତଙ୍କୁ ଜଣାଇଲେ ସମବେଦନା
- ନଦୀକୂଳରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର; ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
- Rahul Gandhi 2029 PM: “ଲେଖିକି ରଖନ୍ତୁ…୨୯ରେ ପ୍ରଧାନମନ୍ତ୍ରୀ ହେବେ ରାହୁଲ”, ଅମିତ ଶାହଙ୍କୁ କେ.ସି. ବେଣୁଗୋପାଳଙ୍କ ଖୋଲା ଚ୍ୟାଲେଞ୍ଜ
- Ama Bus Catches Fire: ଆମ ବସରେ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ
- ନୂଆ ଜୀବନ ଆରମ୍ଭ କଲେ ୱାୟାନାଡ ଭୂ-ସ୍ଖଳନରୁ ବଂଚିଯାଇଥିବା ଏସ୍. ଶ୍ରୁତି
- ରାଜଧାନୀରେ ପଏଣ୍ଟ ବ୍ଲାଙ୍କରୁ ଯୁବକଙ୍କୁ ଗୁଳିମାଡ଼, ୪ ଗିରଫ
- ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗସ୍ତକୁ ନେଇ ବର୍ଷିଲା ବିଜେପି: କହିଲା-‘ବିପଦ ବେଳର ବନ୍ଧୁ’ ନୁହଁନ୍ତି ବିଜେଡି ସୁପ୍ରିମୋ
- ବନ୍ୟା ବିପନ୍ନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଦେଲେ ସହାୟତା ପ୍ରତିଶ୍ରୁତି
- କ୍ରିକେଟ୍ ପ୍ରଶିକ୍ଷଣରେ ଏଆଇ (AI) ଟେକ୍ନୋଲୋଜି ଆପଣାଇଲା ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍
Comments are closed.