Latest Odisha News

BREAKING NEWS

ରାଜଧାନୀରେ ପଏଣ୍ଟ ବ୍ଲାଙ୍କରୁ ଯୁବକଙ୍କୁ ଗୁଳିମାଡ଼, ୪ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ଭୋର ପ୍ରାୟ ୩ଟା ସମୟରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ହଳଦୀପଡ଼ିଆର ସୋନୁ ନାୟକଙ୍କ ମୃତ୍ୟୁ ହୋଇଛି। ଲକ୍ଷ୍ମୀସାଗର ଥାନା ଅଧୀନ ବମିଖାଲ ଅଞ୍ଚଳରେ ଏହି ଘଟଣା ଘଟିଥିଲା।

ପୋଲିସ ସୂଚନା ଅନୁସାରେ, ଏହି ଘଟଣା ବମିଖାଲ ସରକାରୀ ବନ୍ଧୁକ ଦୋକାନ ଆଗରେ ଘଟିଛି। ସୋନୁ ନାୟକ ତାଙ୍କର ୪ ଜଣ ସାଙ୍ଗଙ୍କ ସହ ଏକ ଗାଡ଼ିରେ ରସୁଲଗଡ଼ ପେଟ୍ରୋଲ ପମ୍ପ ଅଭିମୁଖେ ଯାଉଥିବା ସମୟରେ ବମିଖାଲ ଅଞ୍ଚଳରେ ପୂର୍ବରୁ କିଛି ଦୁର୍ବୃତ୍ତ ଛକି ରହିଥିଲେ। ସୋନୁ ଓ ତାଙ୍କ ସାଙ୍ଗମାନେ ସେଠାରେ ପହଞ୍ଚିବା ମାତ୍ରେ ଦୁର୍ବୃତ୍ତମାନେ ସେମାନଙ୍କ ଗାଡ଼ିକୁ ଅଟକାଇ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ସୋନୁଙ୍କ ମୁଣ୍ଡକୁ ଗୁଳିମାଡ଼ କରିଥିଲେ।

ଗୁଳି ମାଡ଼ରେ ସୋନୁ ଗୁରୁତର ହୋଇ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ହଠାତ୍ ଏଭଳି ଆକ୍ରମଣରେ ସେଠାରେ ଆତଙ୍କ ଖେଳିଯାଇଥିଲା। ଗୁଳିକାଣ୍ଡ ସମ୍ପର୍କରେ ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ସୋନୁଙ୍କୁ ତୁରନ୍ତ ଉଦ୍ଧାର କରି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ହେଲେ ସେଠାରେ ଡାକ୍ତର ସୋନୁଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମାମଲା ରୁଜୁ କରି ତୁରନ୍ତ ଆକ୍ସନ ନେଇଥିଲା।

ଅପରପକ୍ଷରେ ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏହି ଘଟଣାରେ ଏଯାଏଁ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା କହିଛି ଲକ୍ଷ୍ମୀସାଗର ଥାନା ପୋଲିସ ।

Leave A Reply

Your email address will not be published.