ଅହମ୍ମଦାବାଦ: ଆଜି ହେଉଛି ପବିତ୍ର ରଥଯାତ୍ରା। ଭାରତର ପ୍ରତ୍ୟେକ ରାଜ୍ୟରେ ଭକ୍ତ ମାନେ ଏହି ରଥଯାତ୍ରା ପାଳନ କରିଥାନ୍ତି। କିନ୍ତୁ ଅହମ୍ମଦାବାଦର ଖାରିଆ ଗୋଲାୱାଡ ଲରେ ରଥଯାତ୍ରାରେ ରଥକୁ ଟାଣିବା ପାଇଁ ହାତୀ ବ୍ୟବସ୍ଥା କରାଯାଇଥିଲା।
ତେବେ ସେଠାରେ ଲୋକଙ୍କ ଭିଡ଼ ଦେଖି ଗୋଟିଏ ହାତୀଟି ନିୟନ୍ତ୍ରଣରୁ ବାହାରି ଯାଇ ବେକାବୁ ହୋଇଯାଇଥିଲା। ଦେଖୁଦେଖୁ ଲୋକମାନଙ୍କ ଉପରେ ଚଢି ଯାଇଥିଲା। ଏହାପରେ ଚିଡ଼ିଆଖାନାର ଅଧୀକ୍ଷକ ଓ ତାଙ୍କ ଟିମ୍ ମିଶି ଘଟଣାସ୍ଥଳରେ ପହଞ୍ଚି ଗଜରାଜଙ୍କୁ ଟ୍ରାଙ୍କୁଲାଇଜ ଦେଇ ନିୟନ୍ତ୍ରଣ କରିଥିଲେ। ହାତୀକୁ ନିୟନ୍ତ୍ରଣ କରିବା ପରେ ତାକୁ ବାନ୍ଧି ରଥଯାତ୍ରା ପାଖକୁ ନିଆଯାଇଥିଲା।
ତେବେ ଏହି ଘଟଣା ସମୟରେ ସେଠାରେ ଟ୍ରକଗୁଡ଼ିକ ଫସି ଯାଇଥିଲା ଏବଂ ପ୍ରାୟ ୧୫ ମିନିଟ୍ ପରେ ସେଠାରେ ପୁଣି ରଥଯାତ୍ରା ଆରମ୍ଭ ହୋଇଥିଲା। ତେବେ ଏହି ଗଣ୍ଡଗୋଳ ମଧ୍ୟରେ ଜଣେ ଯୁବକ ଆହତ ହୋଇଥିବା ରିପୋର୍ଟରୁ ଜଣା ପଡ଼ିଛି। ଆହତ ଯୁବକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
Comments are closed.