Latest Odisha News

BREAKING NEWS

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୫ ଶ୍ରମିକ ମୃତ, ୨୦ରୁ ଅଧିକ ଆହତ

ହାଇଦ୍ରାବାଦ: ସୋମବାର ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଏକ ବଡ଼ ବିସ୍ଫୋରଣ ଘଟିଛି । ରିଆକ୍ଟର ବିସ୍ଫୋରଣରେ ଅତି କମରେ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ, ଏଥିରେ ପ୍ରାୟ ୨୦ରୁ ଅଧିକ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ସୋମବାର ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାର ପାସମୈଲାରମ ଫେଜ୍ ୧ ଅଞ୍ଚଳରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ହଠାତ୍ ବିସ୍ଫୋରଣ ଘଟିଥଲା ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ୧୧ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ ।

ତେଲେଙ୍ଗାନା ଅଗ୍ନିଶମ ଅଧିକାରୀମାନେ କହିଛନ୍ତି, ପ୍ରାୟ ୧୫-୨୦ ଜଣ ଆହତ ହୋଇଛନ୍ତି । ବିସ୍ତୃତ ସୂଚନା ପାଇଁ ଅପେକ୍ଷା କରାଯାଇଛି।” ଏହି ସମୟରେ, ପ୍ରଶାସନ ଉଦ୍ଧାର କାର୍ଯ୍ୟ ଚଳାଇଛି । ଆହତମାନଙ୍କୁ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି କୁହାଯାଉଛି ।

Comments are closed.