Latest Odisha News

BREAKING NEWS

କୋଲକାତାରେ ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ; ସିସିଟିଭିରୁ ମିଳିଲା ପ୍ରମାଣ

କୋଲକାତା: କୋଲକାତାର ଜଣେ ଆଇନ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲାରେ ସିସିଟିଭିରୁ ମିଳିଛି ପ୍ରମାଣ। କଲେଜର ସିସିଟିଭିରେ ଜୁନ୍ ୨୫ ତାରିଖ ଅପରାହ୍ନ ୩:୩୦ ରୁ ରାତି ୧୦:୫୦ ପର୍ଯ୍ୟନ୍ତ ପ୍ରାୟ ୭ ଘଣ୍ଟାର ଫୁଟେଜରେ ସବୁ କିଛି ସ୍ପଷ୍ଟ ହୋଇଛି।

ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ପୀଡିତା ଛାତ୍ରୀଙ୍କୁ ବଳପୂର୍ବକ ଗାର୍ଡଙ୍କ ରୁମକୁ ନିଆଯିବା ଘଟଣା ସିସିଟିଭିରେ କଏଦ ହୋଇଛି। ଏହା ଛାତ୍ରୀଙ୍କ ଲିଖିତ ଅଭିଯୋଗକୁ ସ୍ପଷ୍ଟ କରିଛି।

ଯେଉଁ ଗାର୍ଡଙ୍କ ରୁମରେ ଦୁଷ୍କର୍ମ ହୋଇଥିଲା ତାଙ୍କୁ ଶନିବାର ଗିରଫ କରାଯାଇଥିଲା। ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ଚାରି ଜଣଙ୍କୁ ଗିରଫ କରାଯାଇଛି। ଏହା ବ୍ୟତୀତ ଏହି ମାମଲାରେ ଶୁକ୍ରବାର ଗଠିତ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ସଦସ୍ୟଙ୍କ ସଂଖ୍ୟା ଆଜି ପାଞ୍ଚରୁ ୯କୁ ବୃଦ୍ଧି କରାଯାଇଛି। ଆସିଷ୍ଟାଣ୍ଟ ପୋଲିସ କମିଶନର ପ୍ରଦୀପ କୁମାର ଘୋଷାଲ ଏହାର ନେତୃତ୍ୱ ନେଉଛନ୍ତି।

ତେବେ ଏହି ଘଟଣା ଜୁନ୍ ୨୫ ତାରିଖରେ କଲେଜର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଗାର୍ଡ ରୁମରେ ଘଟିଥିଲା। ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର (୩୧)। ଏହି ଘଟଣାରେ ଜୈବ ଅହମ୍ମଦ (୧୯) ଏବଂ ପ୍ରମିତ ମୁଖାର୍ଜୀ (୨୦) ମଧ୍ୟ ସାମିଲ ଅଛନ୍ତି। ମନୋଜିତ କଲେଜର ପୂର୍ବତନ ଛାତ୍ର ହୋଇଥିବା ବେଳେ ଜୈବ ଏବଂ ପ୍ରମିତ ଉକ୍ତ କଲେଜର ଛାତ୍ର।

Comments are closed.