Latest Odisha News

BREAKING NEWS

ରାଜ୍ୟର ୬୧୦ଟି କଲେଜର ୮ହଜାର ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ମିଳିବ ଦକ୍ଷତା ବିକାଶ ପ୍ରଶିକ୍ଷଣ

ଭୁବନେଶ୍ୱର: ଜାନୁଆରୀରେ ରାଜ୍ୟରେ ଥିବା ସବୁ ଡିଗ୍ରୀ କଲେଜରେ ଶିକ୍ଷାଦାନ କରୁଥିବା ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ୁ ମିଳିବ ଦକ୍ଷତା ବିକାଶ ପ୍ରଶିକ୍ଷଣ । ଶିକ୍ଷାଦାନ କ୍ଷେତ୍ରରେ ଅଧ୍ୟାପକଙ୍କ ଦକ୍ଷତା ବୃଦ୍ଧି ଲାଗି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ର୍ରକ୍ରିୟା ଆରମ୍ଭ ହୋଇଛି ।

ଏନେଇ ରାଜ୍ୟର ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜରୁ ୮ହଜାର ବରିଷ୍ଟ ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ଅଧ୍ୟକ୍ଷଙ୍କୁ ଚୟନ କରାଯାଇଛି । ଆସନ୍ତା ଜାନୁଆରୀ ୪ତାରିଖରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପ୍ରକାଶ ଥାଉକି, ଏଣିକି ଅଧ୍ୟାପକ, ଅଧ୍ୟାପିକାଙ୍କ ପଢ଼ାଇବା ଶୈଳୀ ଉପରେ ରହିବ ନଜର ।

ଏନେଇ ଆସନ୍ତା ଜାନୁଆରୀରୁ କଟକଣା କଡ଼ାକଡ଼ି ହେବ । ନୀୟମ ଅନୁଯାୟୀ ଦୈନିକ କେଉଁ ଅଧ୍ୟାପକ/ଅଧ୍ୟାପିକା କେତେ ସମୟ କ୍ଲାସ ନେଉଛନ୍ତି ତା’ର ସଂପୂର୍ଣ୍ଣ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ । ଶିକ୍ଷାଦାନ ସମୟରେ ପଢ଼ାଇବା ଶୈଳୀ ଏବଂ ଦକ୍ଷତାକୁ ଯାଞ୍ଚ କରାଯିବ । ଉଭୟ ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜରେ ଏହା ଲାଗୁ କରାଯିବ । ତେଣୁ ପ୍ରଥମ ପର୍ଯ୍ୟାୟରେ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଧ୍ୟକ୍ଷଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ଟ୍ରେଣ୍ଟ କରାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏନେଇ ରାଜ୍ୟରେ ଥିବା ୨୮୩ଟି ୪୮୮ବର୍ଗର କଲେଜ ସମେତ ୨୭୫ଟି ୬୬୨ବର୍ଗ କଲେଜ ଏବଂ ୫୬ଟି ସରକାରୀ ଡିଗ୍ରୀ କଲେଜରୁ ୮ହଜାର ଅଧ୍ୟାପକ, ଅଧ୍ୟାପିକା ଏବଂ ଅଧ୍ୟକ୍ଷଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ଏନେଇ ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଗତ ୧୦ବର୍ଷର ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ଡିଗ୍ରୀ କଲେଜରେ ଶିକ୍ଷାଦାନ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଘଟିନଥିଲା । ଏପରିକି ଅଧ୍ୟାପକ, ଅଧ୍ୟାପିକାଙ୍କ ଉପରେ ମଧ୍ୟ କାହାରି ନିୟନ୍ତ୍ରଣ ନଥିଲା । ତେବେ ରାଜ୍ୟରେ ପ୍ରଥମଥର ଲାଗି ଡିଗ୍ରୀ କଲେଜରେ ବାୟୋମେଟ୍ରିକ ବ୍ୟବସ୍ଥା ସାଙ୍ଗକୁ ଅଧ୍ୟାପକଙ୍କ ଲାଗି ଶିକ୍ଷାଦାନ ଏବଂ କଲେଜରେ ରହିବା କେତେ ସମୟ ରହିବା ବାଧ୍ୟତାମୂଳକ ତା’ ଉପରେ କଟକଣା ଲାଗୁ ହୋଇଛି ।

Leave A Reply

Your email address will not be published.