ନୂଆଦିଲ୍ଲୀ: ଦକ୍ଷିଣ ଭାରତର ପ୍ରସିଦ୍ଧ ଧାର୍ମିକ ସ୍ଥଳଗୁଡ଼ିକୁ ଦର୍ଶନ କରିବାକୁ ଚାହୁଁଥିବା ଭକ୍ତମାନଙ୍କ ପାଇଁ ଭାରତ ଗୌରବ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ 28 ଜୁଲାଇରେ ଦକ୍ଷିଣ ଭାରତର ଦିବ୍ୟ ଯାତ୍ରାରେ ବାହାରୁଛି।
ଏହି ୧୩ ଦିନିଆ ଯାତ୍ରା ପଠାନକୋଟ କ୍ୟାଣ୍ଟ ଷ୍ଟେସନରୁ ଆରମ୍ଭ ହେବ। ଯାତ୍ରୀମାନଙ୍କୁ ଦକ୍ଷିଣ ଭାରତର ପ୍ରମୁଖ ତୀର୍ଥସ୍ଥଳ ଯେପରିକି ତିରୁପତି, ରାମେଶ୍ୱରମ, ମଦୁରାଇ, କନ୍ୟାକୁମାରୀ ଏବଂ ମଲ୍ଲିକାର୍ଜୁନ ଭଳି ବିଭିନ୍ନ ତୀର୍ଥସ୍ଥାନ ଗୁଡିକୁ ପରିଭ୍ରମଣ କରାଇବ ଯାହା ଆଧ୍ୟାତ୍ମିକ ଅଭିଜ୍ଞତା, ସୁବିଧା ଏବଂ ସୁଲଭ ମୂଲ୍ୟର ଏକ ଅନନ୍ୟ ସଙ୍ଗମ ହେବ। ଏହି ଟ୍ରେନ ପଠାନକୋଟ କ୍ୟାଣ୍ଟ ଷ୍ଟେସନରୁ ଆରମ୍ଭ ହେବ। ଏହାର ପ୍ରମୁଖ ବୋର୍ଡିଂ ପଏଣ୍ଟଗୁଡ଼ିକ ମଧ୍ୟରେ ଜଳନ୍ଧର ସିଟି, ଲୁଧିଆନା, ଚଣ୍ଡିଗଡ଼, ଅମ୍ବାଲା କ୍ୟାଣ୍ଟ, କୁରୁକ୍ଷେତ୍ର, କର୍ଣ୍ଣାଲ, ପାନିପତ, ସୋନିପତ, ହଜରତ ନିଜାମୁଦ୍ଦିନ, ମଥୁରା, ଆଗ୍ରା କ୍ୟାଣ୍ଟ ଏବଂ ଗ୍ୱାଲିୟର ଅନ୍ତର୍ଭୁକ୍ତ। ତେବେ ଏହି ଯାତ୍ରା ୧୨ ରାତି ୧୩ ଦିନ ରହିବ ଯାହା ଅଗଷ୍ଟ ୯ରେ ସ୍ଥିର କରାଯାଇଛି।
ଯାତ୍ରା ପାଇଁ ତିନୋଟି ବର୍ଗରେ ସିଟ୍ ଉପଲବ୍ଧ – ସ୍ଲିପର୍ କ୍ଲାସ୍ (୬୪୦ ସିଟ୍), 3-ଏସି ୭୦ ସିଟ୍ ଏବଂ 2-ଏସି ୫୦ ସିଟ୍। ଭଡ଼ା ମଧ୍ୟ ବହୁତ ସୁଲଭ ରଖାଯାଇଛି। ସ୍ଲିପର୍ କ୍ଲାସ୍ ୩୦,୧୩୫ ହୋଇଥିବାବେଳେ 3-ଏସି ୪୩,୩୭୦ ଏବଂ 2-ଏସି ୫୭,୪୭୦ ପ୍ରତି ବ୍ୟକ୍ତି (ସମସ୍ତ ଦର ଜିଏସଟି ସମେତ) ରଖାଯାଇଅଛି। ଏହି ପ୍ୟାକେଜରେ ଟ୍ରେନ ଟିକେଟ ସହିତ ଦୈନନ୍ଦିନ ଖାଦ୍ୟ, ଆରାମଦାୟକ ରହଣି, ଦର୍ଶନ ପାଇଁ ଏସି/ନନ୍-ଏସି ବସ୍, ଟୁର୍ ଏସ୍କର୍ଟ, ସୁରକ୍ଷା ଏବଂ ପ୍ରାଥମିକ ଚିକିତ୍ସା ସୁବିଧା ଇତ୍ୟାଦି ଅନ୍ତର୍ଭୁକ୍ତ।
Comments are closed.