ଭୁବନେଶ୍ୱର: ସୋମବାର ତେଲଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ୮ ଜଣ ଓଡିଆ ମଧ୍ୟ ଥିଲେ। ଆଜି କଟକର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ₹୧୦ ଲକ୍ଷର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ସମସ୍ତ ଓଡିଆ ମୃତକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରାୟ ୧୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ନେଇ ଘୋଷଣା କରିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଏକ ଅଧିକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି।
ସୂଚନାଯୋଗ୍ୟ, ସୋମବାର ସକାଳ ସମୟରେ ତେଲଙ୍ଗାନାରେ ଥିବା ପଶାମିଲାରାମ ସିଗାଚି ରାସାୟନିକ କାରଖାନାରେ ହଠାତ୍ ଭୟଙ୍କର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନାର ଛାତର ଭଗ୍ନାବଶେଷ ଉଡ଼ି ନିକଟବର୍ତ୍ତୀ ଗଛ ଉପରେ ପଡ଼ିଥିଲା। ଜଣେ ଶ୍ରମିକ କହିଛନ୍ତି ଯେ ଜଳଖିଆ ପରେ ସେମାନେ କାମ ଆରମ୍ଭ କରିବାକୁ ଫେରିବା ମାତ୍ରେ ହଠାତ୍ ଏକ ଜୋରରେ ବିସ୍ଫୋରଣ ହୋଇଥିଲା ଏବଂ ଚାରିଆଡ଼େ ଧୂଆଁ ବ୍ୟାପି ଯାଇଥିଲା । ସେହି ସମୟରେ, ନିକଟସ୍ଥ ଏକ କାରଖାନାରେ କାମ କରୁଥିବା ଜଣେ ଶ୍ରମିକ କହିଛନ୍ତି ଯେ ବିସ୍ଫୋରଣ ଯୋଗୁଁ ଅଧ କିଲୋମିଟର ଦୂରରେ ଥିବା ଅନେକ ଘରର କାଚ ଝରକା ଭାଙ୍ଗି ଯାଇଛି ।
ଏଥିରେ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ଅନେକ ଗୁରୁତର ଆହତ ହୋଇ ଅନେକ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
Comments are closed.