Latest Odisha News

BREAKING NEWS

୫୪ ବର୍ଷ ପରେ ଏହି କୀର୍ତିମାନ ସ୍ଥାପନ କଲେ ଗିଲ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତର ଅଧିନାୟକ ଶୁଭମନ ଗିଲ ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ୫୪ ବର୍ଷ ପରେ ଗିଲ ଭାରତର ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ ଇନିଂସରେ ଦ୍ୱିଶତକ ଓ ଶତକ ମାରିବା ଗୌରବ ଅର୍ଜନ କରିଛନ୍ତି । ୧୯୭୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସୁନୀଲ ଗାଭାସ୍କର ପ୍ରଥମ ଖେଳାଳି ଭାବେ ଏହି ସଫଳତା ଅର୍ଜନ କରିଥିଲେ । ଗିଲ ପ୍ରଥମ ଇନିଂସରେ ୨୬୯ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୧୨୭ ରନ କରି ଅପରାଜିତ ଥିଲେ । ଭାରତ ପକ୍ଷରୁ ଗୋଟିଏ ଟେଷ୍ଟରେ ସର୍ବାଧିକ ରନ ସଂଗ୍ରହରେ ଗାଭାସ୍କରଙ୍କୁ ଗିଲ ପଛରେ ପକାଇ ଦେଇଛନ୍ତି । ୧୯୭୧ରେ ଗାଭାସ୍କର ୩୪୪ ରନ କରିଥିବା ବେଳେ ଗିଲ ତାଙ୍କଠାରୁ ଅଧିକ ରନ ସଂଗ୍ରହ କରିଛନ୍ତି ।

ପୂର୍ବରୁ ଭିଭିଏସ ଲକ୍ଷ୍ମଣ ୨୦୧୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ୩୪୦ ଓ ସୌରଭ ଗାଙ୍ଗୁଲି ୨୦୦୭ରେ ପାକିସ୍ତାନ ବିରୋଧରେ ୩୩୦ ରନ କରିଥିଲେ । ଇଂଲଣ୍ଡ ମାଟିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମଧ୍ୟ ଗିଲ ହାସଲ କରିଛନ୍ତି । ୧୯୭୯ରେ ଗାଭାସ୍କର ୨୨୧ ରନ କରିଥିବା ବେଳେ ଗିଲ ତାଙ୍କୁ ପଛରେ ପକାଇ ଦେଇଛନ୍ତି । ଏମଏକେ ପଟୌଦ୍ଦି, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କ ପରେ ସେ ଅଧିନାୟକ ଭାବେ ଭାରତ ପକ୍ଷରୁ ଦ୍ୱିଶତକ ହାସଲ କରିଛନ୍ତି । କୋହଲି ସର୍ବାଧିକ ୭ଟି ଦ୍ୱିଶତକ ମାରିଛନ୍ତି ।

Comments are closed.