ମାଲକାନଗିରି: ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା । କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଲେ ୬ଜଣ ହାର୍ଡକୋର ମାଓବାଦୀ । ଡିଆରଜି ଓ ସିଆରପିଏଫ ବାହିନୀର ମିଳିତ ଅପରେସନ ବେଳେ ସୁରକ୍ଷା କର୍ମୀ ଏହି ୬ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ।
ଛତିଶଗଡ ସରକାର ଏମାନଙ୍କ ମଧ୍ୟରେ ଦୁଇ ଜଣଙ୍କ ମୁଣ୍ଡ ଉପରେ ପୁର୍ବରୁ ଏକ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।
କୋଣ୍ଟା ଥାନା ଅଞ୍ଚଳରୁ ଦୁଇ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିଲା ଓ ବେଜି ଥାନା ଅଞ୍ଚଳରୁ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମାଓବାଦୀମାନଙ୍କ ପାଖରେ ରଖିଥିବା ବିସ୍ଫୋରକ ସାମଗ୍ରୀକୁ ଜବତ କରିଛନ୍ତି ସୁରକ୍ଷା କର୍ମୀ । ଜଙ୍ଗଲ ଭିତରୁ ୩ କିଲୋଗ୍ରାମ ଓଜନର ଗୋଟିଏ ଟିଫିନ ବୋମା, ୭ ମିଟର କୋଡେକ୍ସ ତାର, ୧୫ ମିଟର ବୈଦ୍ୟୁତିକ ତାର, ୫ ଟି ଡିଟୋନିଟର ଜବତ କରାଯାଇଛି ।
Comments are closed.