Latest Odisha News

BREAKING NEWS

ଭୋଟର, ଆଧାର କାର୍ଡ ଉପରେ ବିଚାର କରନ୍ତୁ; ବିହାର ଭୋଟର ଭେରିଫିକେସନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ: ଜୁଲାଇ ୧୦ରେ ବିହାରରେ ଭୋଟର ତାଲିକାର ସ୍ପେସିଆଲ ଇଣ୍ଟେନ୍ସିଭ ରିଭିଜନ (ଏସଆଇଆର) ସମ୍ପର୍କିତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଏହି ପ୍ରକ୍ରିୟା ଉପରେ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ।

ପ୍ରଧାନ ବିଚାରପତି – ଜଷ୍ଟିସ୍ ସୁଧାଂଶୁ ଧୂଲିଆ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଚିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର  ଶୁଣାଣି କରିଥିଲେ। ଏହି ଅବସରରେ କୁହାଯାଇଥିଲା ଯେ ଭୋଟର ମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟାରେ ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଏବଂ ରାସନ କାର୍ଡ ଇତ୍ୟାଦି ଗ୍ରହଣ କରାଯିବା ଉଚିତ।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ, ଅଭିଷେକ ମନୁ ସିଂଘଭି, ଗୋପାଳ ଶଙ୍କରନାରାୟଣନ ଏବଂ ଶାଦାବ ଫରାସତ ଯୁକ୍ତି ଲଢ଼ୁଥିବା ବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ ଆର. ଭେଙ୍କଟରମଣି, ବରିଷ୍ଠ ଓକିଲ ମନିନ୍ଦର ସିଂହ ଏବଂ ରାକେଶ ଦ୍ୱିବେଦୀ ଲଢିଥିଲେ।

ଆବେଦନକାରୀ ଓକିଲ ମାନେ ଏସଆଇଆର ପ୍ରକ୍ରିୟାକୁ ତରବରିଆ ଭାବରେ କାର୍ଯ୍ୟକାରୀ କରାଯାଇଥିବା ନେଇ ଅଭିଯୋଗ କରିବା ସହ ଏହା ପକ୍ଷପାତପୂର୍ଣ୍ଣ ଏବଂ ସମ୍ବିଧାନ ବିରୋଧୀ ବୋଲି କହିଥିଲେ। ଏହା ଦ୍ବାରା ଗରିବ, ଦଳିତ ଏବଂ ଖାସ କରି ଅଳ୍ପ ସଂଖ୍ୟକ ମାନଙ୍କୁ ଭୋଟର ତାଲିକାରୁ ବାଦ ଦିଆଯିବାର ଆଶଙ୍କା ରହିଛି ବୋଲି ସେମାନେ କହିଥିଲେ ।କେବଳ ଏତିକି ନୁହେଁ ଆଧାର କାର୍ଡ ଏବଂ ଭୋଟର ପରିଚୟପତ୍ରକୁ ଡକ୍ୟୁମେଣ୍ଟ ତାଲିକାରୁ ହଟାଇବା ଅନୁଚିତ୍ ବୋଲି ମଧ୍ୟ ସେମାନେ କହିଥିଲେ।

 

Comments are closed.