Latest Odisha News

BREAKING NEWS

କପିଲ ଶର୍ମାଙ୍କ ନୂଆ କାଫେକୁ ଗୁଳିମାଡ

ନୂଆଦିଲ୍ଲୀ: କିଛି ଦିନ ତଳେ କପିଲ ଶର୍ମା ଏବଂ ତାଙ୍କ ପତ୍ନୀ ମିଶି କାନାଡାରେ କପିଲ୍ସ କାଫେ ନାମରେ ଏକ କାଫେ ଖୋଲିଥିଲେ। ସୋସିଆଲ ମିଡିଆରେ ଗିନି ଏହାର ଏକ ଝଲକ ସେୟାର କରି କହିଥିଲେ ଯେ ଗତ ୨ ବର୍ଷର କଠିନ ପରିଶ୍ରମ ପରେ ଏହି ବ୍ୟବସାୟ ଆରମ୍ଭ ହୋଇପାରିଛି। କିନ୍ତୁ ଏହି କାଫେ ଉପରେ ହଠାତ୍ ଗୁଳିମାଡ଼ ହେବା ପରେ ଦୁହେଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

କାଫେରେ ଏକାଧିକ ରାଉଣ୍ଡ ଗୁଳିଚାଳନା କରାଯାଇଥିଲା ଓ ତୁରନ୍ତ ଏହି ଅଞ୍ଚଳକୁ ପୋଲିସ ଘେରବନ୍ଦି କରିଦେଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି।

ଏହି ଗୁଳିକାଣ୍ଡର ଦାୟିତ୍ଵ ଆତଙ୍କବାଦୀ ହରଜିତ ସିଂହ ଲାଡି ନିଜ ଉପରକୁ ନେଇଛନ୍ତି। ଲାଡି ଭାରତର NIAର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହୋଇଥିବା ବେଳେ ବି କେ ଆଇ (ବବର ଖାଲସା ଇଣ୍ଟରନ୍ୟାସନାଲ) ମାମଲା ସହ ମଧ୍ୟ ଜଡିତ ଥିବା ଜଣାପଡ଼ିଛି। କପିଲଙ୍କର କୌଣସି ପୁରୁଣା ବୟାନକୁ କେନ୍ଦ୍ର କରି ସେ ଏପରି କାଣ୍ଡ କରିଥିବା ନେଇ ଲାଡି କହିଛନ୍ତି। ତେବେ କପିଲଙ୍କ କେଉଁ ବୟାନକୁ ନେଇ ଲାଡ଼ି ଏପରି ଘଟଣା ଘଟାଇଛନ୍ତି ତାହା ଜାଣିବାକୁ କାନାଡା ପୋଲିସ ତଦନ୍ତ କରୁଛି। କପିଲଙ୍କ ପ୍ରଶଂସକ ଓ ଅନେକ ଭାରତୀୟଙ୍କ ପାଇଁ କପିଲଙ୍କ କାଫେ ଏକ ଅତ୍ୟନ୍ତ ଆକର୍ଷଣୀୟ ସ୍ଥାନ ପାଲଟିଥିବା ବେଳେ ଏହି ଘଟଣା ପରେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି।

 

Comments are closed.