ପୁରୀ: ଶରଧାବାଲି ଦଳାଚଟକା ଘଟଣାରେ ୪ଘଣ୍ଟା ଧରି ସାକ୍ଷ୍ୟ ଗ୍ରହଣ କଲେ ଉନ୍ନୟନ କମିସନର ଅନୁ ଗର୍ଗ। ଘଟଣା ସଂପର୍କରେ ବରିଷ୍ଠ ସେବାୟତଙ୍କ ଠାରୁ ପଚାରି ବୁଝିଲେ ଉନ୍ନୟନ କମିସନର।
ପୁରୀରେ ସାକ୍ଷ୍ୟ ରଖିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର, ଅନାଥ ଦାସ ମହାପାତ୍ର ଓ ଭବାନୀ ଦାସ ମହାପାତ୍ର। ଦଳା ଚକଟା କାହିଁକି ଘଟିଲା, କେମିତି ଘଟିଲା, କେମିତି ସୁଧାର ଆସିବ ଏନେଇ ପ୍ରଶ୍ନ କରିଥିଲେ ଅନୁ ଗର୍ଗ। ମହାପ୍ରଭୁଙ୍କ ସଅଳ ପହୁଡ ନୀତି, ନୀତି ବିଷୟରେ ଆଗୁଆ ସୂଚନା ନଦେବା, ଦୀର୍ଘ ସମୟ ଧରି ପହୁଡ଼ ହେବା ନିଷ୍ପତ୍ତି ଆଦି କାରଣରୁ ଦଳାଚକଟା ସ୍ଥିତି ହୋଇଥିଲା ବୋଲି କହିଛନ୍ତି ସେବାୟତ।
ଏହା ସହ ପହୁଡ଼ ନୀତି ସଂପର୍କରେ କିଏ ନିଷ୍ପତ୍ତି ନେଇଥିଲା ବୋଲି ମଧ୍ଯ ପଚାରି ବୁଝିଥିଲେ। ଆଗକୁ ବ୍ୟବସ୍ଥାରେ ସୁଧାର ପାଇଁ ଅପିଲ କରିଛନ୍ତି ଅନୁ ଗର୍ଗ। ସେହିପରି ଶ୍ରୀମନ୍ଦିର ଦର୍ଶନ ସୁଧାର ପାଇଁ ମଧ୍ୟ ଅନୁ ଗର୍ଗଙ୍କ ନିକଟରେ ପରାମର୍ଶ ଦେଇଛନ୍ତି ବିନାୟକ ଦାସ ମହାପାତ୍ର।
ଗତ ଜୁନ୍ ୨୯ ତାରିଖରେ ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା । ଆଉ ସକାଳୁ ସକାଳୁ ଦଳାଚକଟାରେ ୩ ଜଣ ପ୍ରାଣ ହରାଇଥିଲେ । ତଦନ୍ତ ପାଇଁ ସରକାର ଉନ୍ନୟନ କମିସନର ଅନୁ ଗର୍ଗଙ୍କୁ ଦାୟିତ୍ୱ ଦେଇଛନ୍ତି।
Comments are closed.