Latest Odisha News

BREAKING NEWS

ରାୟଗଡ଼ାରେ କଙ୍ଗାରୁ କୋର୍ଟ ଘଟଣା: ତଦନ୍ତ କରିବ ୪ ଜଣିଆ କମିଟି

ରାୟଗଡା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଈ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ କଙ୍ଗାରୁ କୋର୍ଟ ଘଟଣାରେ ତଦନ୍ତ କରିବ କମିଟି। ତଦନ୍ତ ପାଇଁ ଗଠନ ହେଲା ଜିଲ୍ଲା ପ୍ରଶାସନର ୪ ଜଣିଆ କମିଟି। ଏନେଇ ସୂଚନା ଦେଲେ ରାୟଗଡ଼ା ଉପଜିଲ୍ଲାପାଳ ରମେଶ କୁମାର ଜେନା। ଟିମ୍‌ରେ ବିଡିଓ, ସିଡିପିଓ, ତହସିଲଦାର ଓ SSSO ସାମିଲ ରହିବେ। ୨ ଦିନ ମଧ୍ୟରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ ଟିମ୍‌।

କେଉଁ ପରିସ୍ଥିତିରେ ଏଭଳି ଘଟଣା ହେଲା ସେନେଇ ତଦନ୍ତ ହେବ। ଘଟଣାରେ ଦାୟୀ କିଏ ତାହାର ତଦନ୍ତ କରିବ ଟିମ୍‌। ଦୋଷୀ ସାବ୍ୟସ୍ତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।

ସୂଚନାଥାଉକି କଞ୍ଜାମଯୋଡି ଗାଁ ଦୁଇ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲେ। ହେଲେ ଏହାକୁ ବିରୋଧ କରି ଗାଁର ଏହି ଯୁବକ ଓ ଯୁବତୀଙ୍କୁ ଅକଥନୀୟ ନିର୍ଯାତନା ଦେଇଛନ୍ତି ଗାଁ ଲୋକେ। ଯୁବକ ଓ ଯୁବତୀଙ୍କ କାନ୍ଧରେ ଜୁଆଳି ପକାଯାଇଛି। ଉଭୟଙ୍କୁ ଜୋର ଜବରଦସ୍ତ ହଳ କରାଯାଉଛି। ଖାଲି ସେତିକି ନୁହେଁ ମାଡ଼ ବି ମରାଯାଉଛି।

ଘଟଣା ଗତ ବୁଧବାରର ବୋଲି ଜଣାପଡ଼ିଛି। ସେପଟେ ଗାଁ ଲୋକଙ୍କ କହିବା କଥା ଯୁବତୀ ଜଣକ ଯୁବକଙ୍କ ପିଉସୀ ହେବେ, ଏଥିପାଇଁ ଗାଁ ଲୋକେ ଆପତ୍ତି କରିବା ସହ ତାଗିଦ କରିଥିଲେ। ମାତ୍ର ସେମାନେ ନଶୁଣିବାରୁ ଶେଷରେ ଉଭୟଙ୍କୁ ଧରି ଝାଙ୍ଗିରି ଦେବତା ପାଖରେ ପୂଜାର୍ଚ୍ଚନା କରିଥିଲେ। ଉଭୟଙ୍କୁ ବାନ୍ଧି ମାଡ଼ ବିଧା ଗୋଇଠା ମାରିଥିଲେ। କାନ୍ଧରେ ଜୁଆଳି ପକାଇ ହଳ କରାଇଥିଲେ। ଏମିତି ନ କରିଥିଲେ କୁଆଡ଼େ ଗାଁରେ ବର୍ଷା ହେଇନଥାନ୍ତା, ଦେବୀଙ୍କ ଅଭିଶାପ ପଡ଼ିଥାନ୍ତା ଏଭଳି ଯୁକ୍ତି ଦର୍ଶାଇଛନ୍ତି ଗାଁ ଲୋକେ। ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସେପଟେ ଏହି ଘଟଣା ପରେ ସଂପୃକ୍ତ ଯୁବକ ଯୁବତୀ ଗାଁ ଛାଡ଼ି ଚାଲିଯାଇଛନ୍ତି।

Comments are closed.