ଭୁବନେଶ୍ବର:ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସମ୍ବଲପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବଜ୍ରାଘାତରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଜୀବନ ହରାଇଥିବା ଜଣାପଡ଼ିଛି।
ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଅଞ୍ଚଳରେ ଜଣେ ବ୍ୟକ୍ତି ବର୍ଷା ହେବାବେଳେ ଗଛ ତଳେ ଆଶ୍ରୟ ନେଉଥିଲେ . ସେତେବେଳେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଛି।
ସେହିପରି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ବଳଭଦ୍ରପୁର ଗାଁରେ ଜଣେ ବ୍ୟକ୍ତି ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି ଓ ଭଦ୍ରକ ଜିଲ୍ଲାର କୋଡ଼ବରୁଆଁ ଅଞ୍ଚଳରେ ଜଣେ ଯୁବତୀ ବଗିଚାକୁ ଯାଉଥିବା ବେଳେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଛି
ସୂଚନାଥାଉକି, ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ ଜାରି କରାଯାଇଛି ଓ ସାଧାରଣଜନତାଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।
Comments are closed.