ଲଣ୍ଡନ: ଏଠରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୧୯୩ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ୱାଶିଂଟନ ସୁନ୍ଦରଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ଦ୍ୱିତୀୟ ଇନିଂସରେ ଇଂଲଣ୍ଡକୁ ୧୯୨ ରନରେ ଅଲଆଉଟ କରି ଦେଇଥିଲା । ଜୋ ରୁଟ ଦଳ ପକ୍ଷରୁ ସର୍ବାଧିକ ୪୦ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେନ ଷ୍ଟୋକ୍ସ ୩୩, ହ୍ୟାରୀ ବ୍ରୁକ୍ସ ୨୩ ଓ ଜ୍ୟାକ କ୍ରାଉଲୀ ୨୨ ରନ କରିଥିଲେ । ସୁନ୍ଦର ୪ଟି ୱିକେଟ ନେଇଥିବା ବେଳେ ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ନୀତିଶ କୁମାର ରେଡ୍ଡୀ ଓ ଆକାଶଦୀପ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୩୮୭ ରନ କରିଥିଲା । କେଏଲ ରାହୁଲ ଆକର୍ଷଣୀୟ ଶତକ ହାସଲ କରିଥିଲେ । ଇଂଲଣ୍ଡ ମଧ୍ୟ ସମାନ ରନ କରି ଅଲଆଉଟ ହୋଇ ଯାଇଥିଲା । ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛି । ଦ୍ୱିତୀୟ ଇନିଂସରେ ପିଚ ବୋଲରଙ୍କୁ କିଛି ମାତ୍ରାରେ ସୁହାଉଥିବା ସତ୍ୱେ ଭାରତ ନିକଟରେ ମ୍ୟାଚ ଜିତିବା ସୁଯୋଗ ରହିଛି ।
Comments are closed.