Latest Odisha News

BREAKING NEWS

କାର୍ଟୁନିଷ୍ଟଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ମୋଦି ଓ ଆରଏସଏସକୁ ନେଇ ତିଆରି କରିଥିଲେ ଆପତ୍ତିଜନକ କାର୍ଟୁନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆରଏସଏସ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଏବଂ ଏକ କାର୍ଟୁନ ବନେଇବା ମାମଲାରେ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ଇନ୍ଦୋରର ଜଣେ କାର୍ଟୁନିଷ୍ଟଙ୍କୁ ସୋମବାର ସୁପ୍ରିମକୋର୍ଟ ମୌଖିକ ଭାବରେ ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଉକ୍ତ କାର୍ଟୁନିଷ୍ଟଙ୍କ ଆଚରଣ ଉତ୍ତେଜନାପୂର୍ଣ୍ଣ ଏବଂ ଅପରିପକ୍ୱ ଥିଲା। ବିଚାରପତି ସୁଧାଂଶୁ ଧୂଲିଆ ଏବଂ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ କାର୍ଟୁନିଷ୍ଟ ହେମନ୍ତ ମାଲବ୍ୟଙ୍କ ଦ୍ୱାରା ଦାୟର ଏକ ସ୍ୱତନ୍ତ୍ର ଅନୁମତି ଆବେଦନର ଶୁଣାଣି କରୁଥିଲେ।

ଆବେଦନରେ, ସେ ମଧ୍ୟପ୍ରଦେଶ ହାଇକୋର୍ଟର ସେହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ତାଙ୍କୁ ଫେସବୁକରେ ପୋଷ୍ଟ ହୋଇଥିବା ଏକ କାର୍ଟୁନ ସହ ଜଡିତ ମାମଲାରେ ଆଗୁଆ ଜାମିନ ମନା କରାଯାଇଥିଲା। ଜଷ୍ଟିସ୍ ସୁଧାଂଶୁ ଧୂଲିଆ ଏବଂ ଜଷ୍ଟିସ୍ ଅରବିନ୍ଦ କୁମାର କହିଛନ୍ତି ଯେ ଆପଣ ଏହି ଲୋକଙ୍କ ମନୋଭାବ ଦେଖିଛନ୍ତି। ଏଗୁଡ଼ିକରେ କୌଣସି ସମ୍ବେଦନଶୀଳତା ନାହିଁ। ସେ ପଚାରିଲେ ଆପଣ ଏସବୁ କାହିଁକି କରୁଛନ୍ତି?

କାର୍ଟୁନିଷ୍ଟଙ୍କ ପକ୍ଷରୁ ଓକିଲ ବୃନ୍ଦା ଗ୍ରୋଭର କହିଥିଲେ ଯେ ଏହା ଖରାପ ହୋଇପାରେ, କିନ୍ତୁ ଏହା କ’ଣ ଅପରାଧ? ଏହା ଆପତ୍ତିଜନକ ହୋଇପାରେ, କିନ୍ତୁ ଏହା ଅପରାଧ ନୁହେଁ। ଏହା ଉପରେ ସୁପ୍ରିମକୋର୍ଟ କହିଥିଲେ ଯେ ଏପରି ଲୋକଙ୍କ ଯୋଗୁଁ ଦେଶର ସଦଭାବ ନଷ୍ଟ ହେଉଛି, ପରେ ସେମାନେ କୁହନ୍ତି ଯେ ସେମାନେ କ୍ଷମା ମାଗନ୍ତୁ ଏବଂ ମାମଲା ଶେଷ କରନ୍ତୁ।

ମାମଲାର ଶୁଣାଣି ସମୟରେ, କୋର୍ଟ କାର୍ଟୁନିଷ୍ଟ ହେମନ୍ତ ମାଲବ୍ୟଙ୍କ ବୟସ ପଚାରିଥିଲେ, ଯାହାର ଉତ୍ତରରେ ଗ୍ରୋଭର କହିଥିଲେ ଯେ ତାଙ୍କ ବୟସ ୫୦ ବର୍ଷରୁ ଅଧିକ। ଖଣ୍ଡପୀଠ କହିଥିଲେ ଯେ ୫୦ ବର୍ଷିୟ ବ୍ୟକ୍ତିଙ୍କର ଏପର୍ଯ୍ୟନ୍ତ କୌଣସି ପରିପକ୍ୱତା ଆସିନାହିଁ। ଏନେଇ ଆଡଭୋକେଟ୍ ବୃନ୍ଦା ଗ୍ରୋଭର କହିଛନ୍ତି, ଆମେ କୋର୍ଟରେ କ୍ଷମା ପ୍ରାର୍ଥନା କରିବୁ ଏବଂ ପୋଷ୍ଟଟି ଡିଲିଟ୍ କରିବୁ।

Comments are closed.