Latest Odisha News

BREAKING NEWS

ଏୟାର ଇଣ୍ଡିଆ ଦୁର୍ଘଟଣାରେ ସିଇଓଙ୍କ ପ୍ରତିକ୍ରିୟା; କହିଲେ ବିମାନରେ ନଥିଲା ମେକାନିକାଲ ତ୍ରୁଟି…

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା। ସେହି ଘଟଣା ବର୍ତମାନ ସୁଦ୍ଧା ମଧ୍ୟ କାହାରି ମନରୁ ଲିଭି ନାହିଁ।

ସେହି ଭୟଙ୍କର ବିମାନ ଦୁର୍ଘଟଣାରେ ୨୬୦ ଜଣ ପ୍ରାଣ ହରାଇଥିଲେ। ବର୍ତ୍ତମାନ୍ ଦୁର୍ଘଟଣାର ତଦନ୍ତକୁ ନେଇ ପ୍ରଥମ ଥର ପାଇଁ ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ୍ ୱିଲସନ୍ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB) ଦ୍ୱାରା କରାଯାଇଥିବା ତଦନ୍ତ ରିପୋର୍ଟ ଅନୁଯାୟୀ ବିମାନରେ କୌଣସି ପ୍ରକାରର ରକ୍ଷଣାବେକ୍ଷଣ ସମସ୍ୟା ନଥିଲା ଓ ଇଞ୍ଜିନରେ ମଧ୍ୟ କୌଣସି ତ୍ରୁଟି ନଥିଲା। କାରଣ ବିମାନ ଉଡ଼ାଣ ପୂର୍ବରୁ ପାଇଲଟ୍ ମାନେ ସମସ୍ତ ବ୍ରେଥଆଲାଇଜର ପରୀକ୍ଷା ପାସ୍ କରିଥିଲେ ଓ ସେମାନଙ୍କର ଡାକ୍ତରୀ ପରୀକ୍ଷାରେ ମଧ୍ୟ ସେପରି କିଛି ଚିନ୍ତାଜନକ ତଥ୍ୟ ମିଳିନଥିଲା।

ଏୟାର ଇଣ୍ଡିଆର ପାଇଲଟମାନେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଭୟ ଇଞ୍ଜିନକୁ ଆରମ୍ଭ କରିବାକୁ ଚେଷ୍ଟା କରିଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି। ଗୋଟିଏ ଇଞ୍ଜିନରେ (ଇଞ୍ଜିନ୍-୧) ରିକଭେରି ଆରମ୍ଭ ମଧ୍ୟ ହୋଇଯାଇଥିଲା। କିନ୍ତୁ ଇଞ୍ଜିନ୍ ୨ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା। ଯାହାଫଳରେ ଉଡ଼ାଣ ପରେ ବିମାନର ଉଭୟ ଇଞ୍ଜିନକୁ ଇନ୍ଧନ ଯୋଗାଣ କରୁଥିବା ସ୍ୱିଚ୍‌ଗୁଡ଼ିକ ତୁରନ୍ତ ବନ୍ଦ ହୋଇଯାଇଥିଲା ଓ ଇଞ୍ଜିନ୍ କାମ କରିବା ବନ୍ଦ କରିଦେଇଥିଲା।

ଏହି ବିମାନ ୧:୩୮ରେ ଉଡ଼ାଣ ଆରମ୍ଭ କରିଥିଲା ଓ ମାତ୍ର ୨୬ ସେକେଣ୍ଡ ପରେ ପାଇଲଟ ‘ମେଡେ… ମେଡେ… ମେଡେ…’ ର ଜରୁରୀକାଳୀନ ବାର୍ତ୍ତା ଦେଇଥିଲେ। ଫଳରେ ଏହା ସେଠାରେ ଥିବା ମେଡିକାଲ କଲେଜର ହଷ୍ଟେଲ ସହିତ ଧକ୍କା ହୋଇଥିଲା।ବିମାନର ଦୁଇଟି ଯାକ ଇଞ୍ଜିନ ବନ୍ଦ ହୋଇଯାଇଥିଲେ ମଧ୍ୟ ଇନ୍ଧନ ଟ୍ୟାଙ୍କ ଏବଂ ବାଉଜରରୁ ନିଆଯାଇଥିବା ନମୁନାରୁ ତଦନ୍ତରେ ସେପରି କିଛି ଅସୁବିଧା ଥିବା ଜଣାପଡ଼ିନଥିଲା।

ତେବେ ବିମାନ ଦୁର୍ଘଟଣା ସମୟରେ ବିମାନରେ ମୋଟ ୨୪୨ ଜଣ ଉପସ୍ଥିତ ଥିଲେ। ସେଥି ମଧ୍ୟରୁ ୨୩୦ ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟ ଥିବା ବେଳେ ଏହି ଦୁର୍ଘଟଣାରେ ମାତ୍ର ଜଣଙ୍କର ଜୀବନ ବଞ୍ଚି ପାରିଥିଲା। ତେବେ ବିମାନର ଭଗ୍ନାବଶେଷ ଏକ ହଷ୍ଟେଲ ଏବଂ ଆଖପାଖ କୋଠା ଉପରେ ପଡ଼ିବା ଫଳରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା।

 

Comments are closed.