ନୂଆଦିଲ୍ଲୀ: ଦୁନିଆରେ ଅଧିକାଂଶ ଲୋକ ଜାଣନ୍ତି କେଉଁ କାମ ଠିକ୍ ଓ କେଉଁଟା ଭୁଲ। ତଥାପି, କିଛି ଲୋକ ଏହା ମାନନ୍ତି ନାହିଁ, କାରଣ ସେମାନେ ବୋଧହୁଏ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ଝିଅ ସହ ପରିଚୟ କରାଇବୁ, ଯିଏ ଈଶ୍ୱରଙ୍କୁ ପୂରା ବିଶ୍ୱାସ କରନ୍ତି, ତଥାପି ସେ ସାତ ଦିନରୁ ଛଅ ଦିନ ଅନୁଚିତ କାମ କରନ୍ତି ଓ ସପ୍ତମ ଦିନରେ ଚର୍ଚ୍ଚକୁ ଯାଇ କ୍ଷମା ମାଗନ୍ତି। ଏହା ଶୁଣିବାକୁ ଅଜବ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ୍ୟ। ଏହି ଝିଅଙ୍କ ନାମ ହେଉଛି ସୋଫୀ ରେନ୍ (Sophie Rain)। ୨୦ ବର୍ଷୀୟା ସୋଫୀ ଗୋଟିଏ ପଟେ ଖ୍ରୀଷ୍ଟିଆନ ଆସ୍ଥାର ଗଭୀର ମୂଳ ସହ ଜଡ଼ିତ, ଯିଏ ପ୍ରତି ରବିବାର ଚର୍ଚ୍ଚକୁ ଯାଇ ଈଶ୍ୱରଙ୍କଠାରୁ କ୍ଷମା ମାଗନ୍ତି। ଅନ୍ୟପଟେ, ସେ OnlyFans ର ଟପ୍ ଷ୍ଟାର, ଯିଏ ବୋଲ୍ଡ କଣ୍ଟେଣ୍ଟ ତିଆରି କରି ଗୋଟିଏ ବର୍ଷରେ ୩୬୦ କୋଟି ଟଙ୍କା ରୋଜଗାର କରନ୍ତି। ତାଙ୍କର ଏହି କାହାଣୀ ଦୁନିଆକୁ ଦୁଇ ଭାଗରେ ବାଣ୍ଟି ଦେଇଛି। କେହି ତାଙ୍କ ସାହସ ଓ ଆସ୍ଥାର ପ୍ରଶଂସା କରୁଛନ୍ତି, ତେବେ କେହି ତାଙ୍କ କାମ ଉପରେ ପ୍ରଶ୍ନ ଉଠାଉଛନ୍ତି। କିନ୍ତୁ ସୋଫୀଙ୍କ ବିଶ୍ୱାସ ହେଉଛି, ଈଶ୍ୱର ତାଙ୍କର ସ୍ୱଚ୍ଛ ଉଦ୍ଦେଶ୍ୟକୁ ଦେଖନ୍ତି ଓ ଏହାହିଁ ତାଙ୍କ ଶକ୍ତି।
ସୋଫୀଙ୍କ କାହାଣୀ
ଆମେରିକାର ଫ୍ଲୋରିଡାରେ ରହୁଥିବା ୨୦ ବର୍ଷୀୟା ସୋଫୀ ଆଜି OnlyFans ର ସବୁଠାରୁ ବଡ଼ ଷ୍ଟାରମାନଙ୍କ ମଧ୍ୟରେ ଅନ୍ୟତମ। ମାତ୍ର ଗୋଟିଏ ବର୍ଷରେ ସେ ୩୬୦ କୋଟି ଟଙ୍କା (ପ୍ରାୟ ୪୩ ମିଲିୟନ ଡଲାର) ରୋଜଗାର କରିଛନ୍ତି। କିନ୍ତୁ ତାଙ୍କ କାହାଣୀ କେବଳ ଟଙ୍କାର ନୁହେଁ, ବରଂ ଆସ୍ଥା, ସାହସ ଓ ପରିବାର ପାଇଁ କିଛି କରି ଦେଖାଇବାର। ସୋଫୀଙ୍କ ବାଲ୍ୟକାଳ ଆର୍ଥିକ ଅଭାବରେ କଟିଥିଲା। ସେ କହନ୍ତି, “ଆମେ ଫୁଡ୍ ଷ୍ଟାମ୍ପ ଉପରେ ଗୁଜରାଣ କରୁଥିଲୁ। ମା’ ବାପାଙ୍କ ଟଙ୍କାର ଅଭାବ ଦେଖି ମୋ ମନ ଭାଙ୍ଗି ଯାଉଥିଲା।” ଏପରି ପରିସ୍ଥିତିରେ ୧୭ ବର୍ଷ ବୟସରେ ସୋଫୀ ଓ୍ଵେଟ୍ରେସ ଭାବେ କାମ ଆରମ୍ଭ କଲେ। କିନ୍ତୁ ତାଙ୍କର ସୌନ୍ଦର୍ଯ୍ୟ ଓ ସୋସିଆଲ ମିଡ଼ିଆରେ ବଢ଼ୁଥିବା ଲୋକପ୍ରିୟତା ତାଙ୍କୁ ଏକ ନୂଆ ପଥ ଦେଖାଇଲା। ୨୦୨୩ ମେ’ ମାସରେ ସାଙ୍ଗମାନଙ୍କ ପରାମର୍ଶରେ ସେ OnlyFans ରେ ଯୋଗ ଦେଲେ। ଏହାପରେ ସେ ପଛକୁ ଫେରି ଚାହିଁ ନାହାନ୍ତି। ଆଜି ତାଙ୍କ ଇନଷ୍ଟାଗ୍ରାମ (@sophieraiin) ରେ ୭୦ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ଓ ସେ OnlyFans ର ନମ୍ବର ଓ୍ଵାନ ଷ୍ଟାର। ସୋଫୀ କହନ୍ତି, “ମୁଁ କେବେ ଭାବି ନଥିଲି ଯେ ମୁଁ ଏତେ ଟଙ୍କା ରୋଜଗାର କରିବି। ମୋର ଲକ୍ଷ୍ୟ କେବଳ ମୋ ପରିବାରକୁ ସହାୟତା କରିବା ଥିଲା।”
ଆସ୍ଥା
ସୋଫୀ ଜାଣନ୍ତି ଯେ ତାଙ୍କର କାମ ଖ୍ରୀଷ୍ଟିଆନ ଧର୍ମ ଅନୁଯାୟୀ “ପାପ” ଗଣାଯାଇପାରେ। କିନ୍ତୁ ସେ କହନ୍ତି, “ମୁଁ ଈଶ୍ୱରଙ୍କୁ ଆଘାତ ଦେବାକୁ ଚାହୁଁନାହିଁ। ମୋର ଉଦ୍ଦେଶ୍ୟ ସ୍ୱଚ୍ଛ ଅଛି ଓ ଈଶ୍ୱର ମୋ ମଜବୁରୀ ବୁଝନ୍ତି।” ସେ ସପ୍ତାହରେ ଛଅ ଦିନ ପୁରୁଷ ପ୍ରଶଂସକମାନଙ୍କ ସହ ଅନଲାଇନରେ କଥାବାର୍ତ୍ତା କରନ୍ତି ଓ ସପ୍ତମ ଦିନ ଚର୍ଚ୍ଚକୁ ଯାଇ କ୍ଷମା ମାଗନ୍ତି। ଚର୍ଚ୍ଚରେ କେତେକ ଲୋକ ତାଙ୍କୁ ଅଜଣା ଦୃଷ୍ଟିରେ ଦେଖନ୍ତି, କେହି ପଛରେ ଫୁସଫୁସ କରନ୍ତି। କିନ୍ତୁ ସୋଫୀ ଏହାକୁ ଅଣଦେଖା କରନ୍ତି । ସେ କହନ୍ତି, “ମୁଁ ଈଶ୍ୱରଙ୍କ ପାଇଁ ଚର୍ଚ୍ଚକୁ ଯାଏ, ଲୋକଙ୍କ ପାଇଁ ନୁହେଁ। ମୋତେ ଲାଗୁଛି କିଛି ଚର୍ଚ୍ଚବାଲା ମୋ କଣ୍ଟେଣ୍ଟକୁ ଲୁଚିଛପି ଦେଖନ୍ତି, ବୋଧହୁଏ ସେଇଥିପାଇଁ ଫୁସଫୁସ କରନ୍ତି।”
ସୋଫୀ ପ୍ରତି ସପ୍ତାହରେ ତାଙ୍କ ପାଷ୍ଟର (ପାଦ୍ରୀ)ଙ୍କୁ ଭେଟନ୍ତି, ଯିଏ ତାଙ୍କୁ ମାର୍ଗଦର୍ଶନ କରନ୍ତି। ସେ କହନ୍ତି, “ମୁଁ ଜାଣିନା ମୁଁ କାହିଁକି OnlyFans ର ନମ୍ବର ଓ୍ଵାନ ଷ୍ଟାର, କିନ୍ତୁ ମୁଁ ଈଶ୍ୱରଙ୍କୁ ବିଶ୍ୱାସ କରେ। ସେ ହିଁ ମୋତେ ଏହି ସ୍ଥାନକୁ ପହଞ୍ଚାଇଛନ୍ତି।” ସୋଫୀ କହନ୍ତି ଯେ ଯେପର୍ଯ୍ୟନ୍ତ ଈଶ୍ୱର ତାଙ୍କୁ କୌଣସି ସଙ୍କେତ ନ ଦିଅନ୍ତି, ସେ ନିଜ କାମ ଛାଡ଼ିବେ ନାହିଁ।
Comments are closed.