କିଙ୍ଗଷ୍ଟନ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ୨୭ ରନରେ ଅଲଆଉଟ ହେବା ୱେଷ୍ଟଇଣ୍ଡିଜ କ୍ରିକେଟରେ ହଇଚଇ ସୃଷ୍ଟି କରିଛି । ବିଶ୍ୱ କ୍ରିକେଟରେ ଏହା ଦ୍ୱିତୀୟ ସର୍ବନିମ୍ନ ସ୍କୋର । ଏହା ପରେ କ୍ରିକେଟ ୱେଷ୍ଟଇଣ୍ଡିଜ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି । ୱେଷ୍ଟଇଣ୍ଡିଜ କ୍ରିକେଟର ୩ ମହାନ ଖେଳାଳି କ୍ଲାଇଭ ଲୟଡ, ଭିଭିଆନ ରିଚାର୍ଡ୍ସ ଓ ବ୍ରାଏନ ଲାରାଙ୍କୁ ବୋର୍ଡ ଡକାଇଛି । ସେମାନଙ୍କଠାରୁ ପରାମର୍ଶ ଗ୍ରହଣ କରିବା ପରେ ବୋର୍ଡ ତାର ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ । ବୋର୍ଡ ଅଧ୍ୟକ୍ଷ କିଶୋର ଶୈଲେ କହିଛନ୍ତି ଏହା ଏକ ଔପଚାରିକତା ପଦକ୍ଷେପ ନୁହେଁ । ପୂର୍ବ ଭଳି କ୍ରିକେଟର ଉନ୍ନତି ପାଇଁ ଆମେ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛୁ ।
ଏହି ବୈଠକରେ ଶିବନାରିନଏନ ଚନ୍ଦରପାଲ, ଡେସମଣ୍ଡ ହେନ୍ସ ଓ ଇୟାନ ବ୍ରେଡଶେ ମଧ୍ୟ ଉପସ୍ଥିତ ରହିବେ । ୱେଷ୍ଟଇଣ୍ଡିଜ କ୍ରିକେଟରଙ୍କ ବୋଲିଂ ସମସ୍ୟା ଏତେଟା ଖରାପ ନାହିଁ । ଭଲ ବ୍ୟାଟ୍ସମ୍ୟାନ ସୃଷ୍ଟି କରିବା ପାଇଁ ଉଦ୍ୟମ ଆରମ୍ଭ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ୨ଥର ଦିନିକିଆ ଓ ଟି୨୦ ବିଶ୍ୱକପ ଜିତିଥିବା ଟିମର ସଂଘର୍ଷକୁ ପ୍ରଶଂସକମାନେ ଗ୍ରହଣ କରିପାରୁ ନାହାନ୍ତି ।
Comments are closed.