ବାଲେଶ୍ବର:ଆଜି ଓଡ଼ିଶାର ଚାନ୍ଦିପୁରସ୍ଥିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପୃଥ୍ୱୀ-୨ ଏବଂ ଅଗ୍ନି-୧ର ସଫଳ ପରୀକ୍ଷଣ କରାଯାଇଛି। ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ତତ୍ତ୍ୱାବଧାନରେ ଏହି ପ୍ରକ୍ଷେପଣ କରାଯାଇଥିଲା।
ପୃଥ୍ବୀ-୨ ଏବଂ ଅଗ୍ନି-୧ ପ୍ରାଇମ ମିଜାଇଲ୍ର ଗୁରୁବାର ସଫଳ ପରୀକ୍ଷଣ କରି ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଅଗ୍ନି-୧ ପ୍ରାଇମ୍ ମିଜାଇଲ୍ର ସଫଳ ପରୀକ୍ଷଣ କରାଯାଇଛି । ଅଗ୍ନି-୧ ମିଜାଇଲର ୧ ହଜାର କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି। ଏଥିସହ ଅଗ୍ନି-୧ ପ୍ରାଇମ ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । ଅବଦୁଲ କଲାମ ଦ୍ବୀପରୁ ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା ।
ଏଥିସହ ଚାନ୍ଦିପୁର ୩ ନଂ ଲଞ୍ଚପ୍ୟାଡରୁ ପୃଥ୍ୱୀ-୨ ମିଜାଇଲ୍ର ସଫଳ ପରୀକ୍ଷଣ ହୋଇଛି । ସନ୍ଧ୍ୟା ୮ଟା ୩୫ ମିନିଟରେ ପରୀକ୍ଷଣ ହେଲା ୩୫୦ରୁ ୫୦୦ କି.ମି ଲକ୍ଷ୍ୟଭେଦ କ୍ଷମତା ରଖୁଥିବା ପୃଥ୍ବୀ । ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ପୃଥ୍ୱୀ-୨ ।
Comments are closed.