Latest Odisha News

BREAKING NEWS

ପୁଣି ଆସୁଛି ଲଘୁଚାପ, ୨୩ରୁ ବଢିବ ବର୍ଷା

ଭୁବନେଶ୍ୱର: ପୁଣି ଆସୁଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା। ଆସନ୍ତା ୨୨ରୁ ୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ । ଫଳରେ ରାଜ୍ୟରେ ୨୩ ତାରିଖରୁ ପୁଣି ବର୍ଷା ବଢିବ ।

୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବର୍ଷାର ପ୍ରଭାବ। ୨୪ ଓ ୨୫ରେ ସବୁଠୁ ଅଧିକ ବର୍ଷା ସମ୍ଭାବନା ରହିଛି। ଲଘୁଚାପଟି ଉତ୍ତର ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଲଘୁଚାପଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାକୁ ଥିବାରୁ ପ୍ରଥମେ ଉତ୍ତର ଓଡ଼ିଶାରେ ଏହା ପ୍ରଭାବରେ ପ୍ରବଳ ବର୍ଷା ହେବ।

ପରବର୍ତ୍ତୀ ସମୟରେ ଏହା ଝାଡ଼ଖଣ୍ଡ ଓ ଛତିଶଗଡ଼ ମୁହାଁ ହେବାକୁ ଥିବାରୁ ଏହାର ସୀମାନ୍ତବର୍ତ୍ତୀ ଓଡ଼ିଶା ଜିଲ୍ଲା ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।

Comments are closed.