ମୟୂରଭଞ୍ଜ: ସରକାରୀ ଅର୍ଥ ହେରଫେର କରିବା ପଡିଲା ମହଙ୍ଗା। ନିଲମ୍ୱିତ ହେଲେ ସରପଞ୍ଚ। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ରାଢ଼ୋ ପଞ୍ଚାୟତର ସରପଞ୍ଚ ନିଲମ୍ବିତ ହୋଇଛନ୍ତି। ସରପଞ୍ଚ ବସେନ ମାରାଣ୍ଡିଙ୍କୁ ନିଲମ୍ବନ କଲା ପଞ୍ଚାୟତିରାଜ ବିଭାଗ।
ରାଢ଼ୋ ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ ଲଗାଇବାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ପରେ ମାମଲା ଭିଜିଲାନ୍ସ କୋର୍ଟରେ ପହଞ୍ଚିଥିଲା। ଭିଜିଲାନ୍ସ କୋର୍ଟ ସରପଞ୍ଚ ମାରାଣ୍ଡିଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଭିଜିଲାନ୍ସ କୋର୍ଟରେ ସରପଞ୍ଚ ଦୋଷୀ ସାବ୍ୟସ୍ତ ହେବା ପରେ ଏପରି ବଡ଼ ଆକ୍ସନ୍ସ ନିଆଯାଇଛି।
Comments are closed.