ନୂଆଦିଲ୍ଲୀ: ମିଛୁଟାରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡକୁ ସବୁଠାରୁ ଧନୀ ଭାବେ କୁହାଯାଏ ନାହିଁ । ନିକଟରେ ଗତ ବର୍ଷର ହିସାବ କରାଯାଇଥିଲା । ଏଥିରେ ବିସିସିଆଇର ଆୟ ୯୭୪୧.୭ କୋଟି ଟଙ୍କା ହୋଇଥିବା ଜଣାପଡିଛି । ଜୟ ଶାହ ବିସିସିଆଇର ଦାୟିତ୍ୱ ଗ୍ରହଣ କରିବା ପରେ ଏହାର ଆୟ ବୃଦ୍ଧି ପାଇଛି । ଗତ ବର୍ଷର ଆୟରେ ଆଇପିଏଲର ୫୯ ପ୍ରତିଶତର ଯୋଗଦାନ ରହିଥିଲା । କେବଳ ଆଇପିଏଲରୁ ୫୭୬୧ କୋଟି ଟଙ୍କାର ଆୟ ହୋଇଛି । ବିସିସିଆଇ ସୁଧ ବାବଦକୁ ୯୮୭ କୋଟି ଟଙ୍କା ପାଇଛି । ଏଥିରେ ଆଇସିସିର ଡିଷ୍ଟ୍ରିବ୍ୟୁଶନ ମଧ୍ୟ ରହିଛି । ଆଇସିସି ୧୦୪୨ କୋଟି ଏ ବାବଦକୁ ବିସିସିଆଇକୁ ପ୍ରଦାନ କରିଛି ।
ରଣଜୀ ଟ୍ରଫି, ଦୁଲୀପ ଟ୍ରଫି ଓ ସିକେ ନାୟୁଡୁ ଟ୍ରଫିରୁ ମଧ୍ୟ ବିସିିସିଆଇର ଆୟ ବଢ଼ିବାରେ ଲାଗିଛି । ଆଇପିଏଲର ସଫଳତା ପରେ ଡବ୍ଲ୍ୟୁପିଏଲ ଆରମ୍ଭ କରାଯାଇଛି । ଏହା ମଧ୍ୟ ମୋଟା ଅଙ୍କର ଅର୍ଥ ଦେବା ଆରମ୍ଭ କରିଛି । ଗତ ସଂସ୍କରଣରୁ ବୋର୍ଡକୁ ଏ ବାବଦକୁ ୩୭୮ କୋଟି ଟଙ୍କା ମିଳିଛି । ପୁରୁଷ କ୍ରିିକେଟ ଟିମର ବିଦେଶ ଗସ୍ତ ବାବଦକୁ ୩୬୧ ଟଙ୍କା ପାଇଛି । ଏହା ବ୍ୟତୀତ ଅନ୍ୟ ମାଧ୍ୟମରେ ମଧ୍ୟ ବିସିସିଆଇ ୪୦୦ କୋଟି ଟଙ୍କା ଆୟ କରିଛି । ଅନ୍ୟ ବୋର୍ଡ ଆୟ ବାବଦରେ ବିସିସିଆଇଠାରୁ ବହୁତ ପଛରେ ରହିଛନ୍ତି ।
Comments are closed.