Latest Odisha News

BREAKING NEWS

ବୁମରାହ-ଷ୍ଟାର୍କ ମଧ୍ୟରେ କିଏ ଶ୍ରେଷ୍ଠ

ନୂଆଦିଲ୍ଲୀ: ବର୍ତମାନ ସମୟରେ ଦୁଇ ପେସ ବୋଲର ଭାରତର ଯଶପ୍ରୀତ ବୁମରାହ ଓ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଉଭୟଙ୍କୁ ମହାନ ବୋଲର ଶ୍ରେଣୀରେ ରଖାଯିବା କିଛି ବଡ କଥା ନୁହେଁ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଷ୍ଟାର୍କ ତାଙ୍କ କ୍ୟାରିୟରର ୧୦୦ତମ ମ୍ୟାଚ ଖେଳିଛନ୍ତି । ସେ ଏହା ମଧ୍ୟରେ ୪୦୦ରୁ ଊର୍ଦ୍ଧ୍ୱ ୱିକେଟ ମଧ୍ୟ ହାସଲ କରିଛନ୍ତି । ଅପରପକ୍ଷରେ ବୁମରାହ ୪୭ ଟେଷ୍ଟରେ ୨୧୭ ୱିକେଟ ନେଇଛନ୍ତି । ୪୭ ଟେଷ୍ଟ ବେଳକୁ ଷ୍ଟାର୍କ ୧୯୬ ୱିକେଟ ନେଇଛନ୍ତି । ଏହି ମୁକାବିଲାରେ ବୁମରାହ ଆଗରେ ରହିଛନ୍ତି । ତେବେ ଆଗକୁ ଷ୍ଟାର୍କଙ୍କ ପରି ବୁମରାହ ସଫଳତା ବଜାୟ ରଖିପାରିବେ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି । ବୁମରାହ ବାରମ୍ବାର ଆଘାତ ସମସ୍ୟାରେ ପଡୁଥିବାରୁ ଦୀର୍ଘ ଦିନ ଟେଷ୍ଟ କ୍ରିକେଟ ଖେଳିବା ସମ୍ଭବପର ମନେ ହେଉନି । ଷ୍ଟାର୍କ ଅଧିକାଂଶ ମ୍ୟାଚ ପେସ ପିଚରେ ଖେଳିଥିବା ବେଳେ ବୁମରାହ ଧୀମା ତଥା ସ୍ପିନ ପିଚରେ ବୋଲିଂ କରିଛନ୍ତି । ଏହା ସତ୍ୱେ ବୁମରାହ ଆଗରେ ରହିଛନ୍ତି ।

ଚାପ ଭରା ପରିସ୍ଥିତିରେ ବୁମରାହ ସର୍ବଦା ଦଳକୁ ଫାଇଦାରେ ରଖିଛନ୍ତି । ସେ ୩ଟି ଯାକ ଫର୍ମାଟରେ ଭାରତର ମୂଖ୍ୟ ଅସ୍ତ୍ର ସାଜିଛନ୍ତି । ବୁମରାହ ଭାରତରେ ୧୨ ମ୍ୟାଚରେ ୪୭ ଓ ବାହାରେ ୩୫ ମୁକାବିଲାରେ ୧୭୦ ୱିକେଟ ନେଇଛନ୍ତି । ଅପରପକ୍ଷରେ ଷ୍ଟାର୍କ ୨୩ ମ୍ୟାଚରେ ୧୦୬ ଏବଂ ବାହାରେ ୨୪ ମ୍ୟାଚରୁ ୯୦ ୱିକେଟ ନେଇଛନ୍ତି । ପ୍ରଦର୍ଶନ ଦୃଷ୍ଟି କୋଣରେ ୪୭ ଟେଷ୍ଟ ବେଳକୁ ବୁମରାହ ଆଗରେ ରହିଛନ୍ତି । ଅପରପକ୍ଷରେ ଭିନ୍ନ ଭିନ୍ନ ପିଚରେ ୧୦୦ଟେଷ୍ଟ ଖେଳି ଷ୍ଟାର୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଷ୍ଟାର୍କଙ୍କୁ ଅତିକ୍ରମ କରିବାକୁ ହେଲେ ବୁମରାହଙ୍କୁ ଫିଟନେସସ୍ତର ସୁଧାରିବାକୁ ପଡିବ ।

Comments are closed.