ବଲାଙ୍ଗୀର:ଜଣେ ନିଶାସକ୍ତ ବ୍ୟକ୍ତିଙ୍କ ଅଜବ କାରାନାମା । ମଦ୍ୟପ ଜଣଙ୍କ ଜୀଅନ୍ତା ନାଗ ସାପକୁ ଖାଇ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ଗୁରୁତର ମଦ୍ୟପ ଭୀମଭୋଇ ମେଡିକାଲରେ ଭର୍ତ୍ତି ଅଛନ୍ତି ।
ଖବରମୁତାବକ, ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଜୀଅନ୍ତା ନାଗ ସାପକୁ ଖାଇ ଗୁରୁତର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ନାଗ ସାପଟି ଜୀବନ୍ତ ଅବସ୍ଥାରେ ଥିବା କାରଣରୁ ବିଷର ପ୍ରଭାବ ପଡ଼ିଥିବା ସମ୍ଭାବନା ରହିଛି । ତେଣୁ ଡାକ୍ତରମାନେ ବିଶେଷ ସାବଧାନତା ସହିତ ଚିକତ୍ସା କରୁଛନ୍ତି ।
Comments are closed.