ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ୨୦୨୫କୁ ଭାରତ ବୟକଟ କରିପାରେ । ଏସିଆନ କ୍ରିକେଟ କାଉନସିଲ ଓ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମଧ୍ୟରେ ଉପୁଜିଥିବା ମତଭେଦକୁ ଏହାର ମୂଖ୍ୟ କାରଣ ବୋଲି ଅନୁମାନ କରାଯାଉଛି । ଜୁଲାଇ ୨୪ରେ ଏସିସିର ବାର୍ଷିକ ବୈଠକ ଢ଼ାକାରେ ହେବାକୁ ବିସିସିଆଇ ବିରୋଧ କରୁଛି । ଅବଶ୍ୟ ଏସିସି ଅଧ୍ୟକ୍ଷ ମହସୀନ ନକବୀ ପୂର୍ବରୁ ଆଗୁଆ ଘୋଷଣା କରିଥିଲେ । ବିସିସିଆଇ ବହିଷ୍କାର କରିବା ସତ୍ୱେ ନକବୀ ଏ ନେଇ କୌଣସି ଘୋଷଣା କରୁ ନାହାନ୍ତି । ଶ୍ରୀଲଙ୍କା, ଓମାନ ଓ ଆଫଗାନିସ୍ତାନ ବୋର୍ଡ ମଧ୍ୟ ଏହି ବୈଠକରେ ଯୋଗ ଦେବ ନାହିଁ ବୋଲି ଜଣାପଡିଛି । ଭାରତ ଓହରିଗଲେ ଏସିଆ କପ ଭବିଷ୍ୟତର ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ ।
ଢ଼ାକା ବଦଳରେ ଅନ୍ୟ ସ୍ଥାନରେ ଏହି ବୈଠକ ହେଲେ ଏସିଆ କପ ହେବ କି ନାହିଁ ତାହା ସ୍ପଷ୍ଟ ହୋଇପାରିବ ବୋଲି ବିସିସିଆଇ କହିଛି । ୨୦୨୫ ଏସିଆ କପ ଆୟୋଜନ ଅଧିକାର ଭାରତ ନିକଟରେ ରହିଛି । ଟି୨୦ ଫର୍ମାଟରେ ଏହି ଟୁର୍ଣ୍ଣାମେଂଟ ଖେଳାଯିବ ଏବଂ ଏଥିରେ ୬ଟି ଟିମ ଅଂଶଗ୍ରହଣ କରିବେ । କାର୍ଯ୍ୟସୂଚୀ ଓ ଭେନ୍ୟୁ ଏ ପର୍ଯ୍ୟନ୍ତ ଚୂଡାନ୍ତ ହୋଇପାରି ନାହିଁ । ଯଦି ଟୁର୍ଣ୍ଣାମେଂଟ ଆୟୋଜିତ ହୁଏ ତେବେ ଭାରତ ବଦଳରେ ପାକିସ୍ତାନ ତାର ମ୍ୟାଚ ଅନ୍ୟ ସ୍ଥାନରେ ଖେଳିବ ।
Comments are closed.