Latest Odisha News

BREAKING NEWS

ଏଫ୍‌ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ରାଜନୀତିରୁ ସନ୍ନ୍ୟାସ ନେଇଯିବେ କି ପ୍ରତାପ ଷଡଙ୍ଗୀ ?

ବାଲେଶ୍ୱର: ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରେସମିଟ୍। ବର୍ତ୍ତମାନ ଆଭ୍ୟନ୍ତରୀଣ କମିଟି (ICC) ରିପୋର୍ଟର ଖୁଲାସା କରି ସାଂସଦ ପ୍ରତାପ ଷଡ଼ଙ୍ଗୀ ସାଙ୍ଘାତିକ ବୟାନ ଆଉ କିଛି କହୁଛି। ସେ ସିଧା ସଳଖ ଭାବେ କଲେଜ ଅଧ୍ୟକ୍ଷ ଦିଲୀପ ଘୋଷଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।

ICC ତଦନ୍ତ କମିଟି ରିପୋର୍ଟରେ ପକ୍ଷପାତିତା କରାଯାଇଥିବା ସେ କହିଛନ୍ତି। ତେବେ ଆଭ୍ୟନ୍ତରୀଣ କମିଟି ରିପୋର୍ଟକୁ ଅଧ୍ୟକ୍ଷ ପଦାକୁ ଆଣିଥିବା ସେ କହିଛନ୍ତି। ସେ କହିଛନ୍ତି, ଛାତ୍ରୀଙ୍କ ଅଭିଯୋଗ ପରେ ପ୍ରିନ୍ସପାଲ୍‌ଙ୍କ ସହ ତତ୍‌କାଳ କଥା ହୋଇଥିଲି। ୭ ଦିନ ଭିତରେ ରିପୋର୍ଟ ଆସିବ କହିଥିଲେ ପ୍ରିନ୍ସପାଲ୍‌। ଘଟଣାରେ ଏସ୍‌ପିଙ୍କ ସହ ଏକାଧିକ ବାର କଥା ହୋଇଥିଲି। ପୁଣି ଅନୁସନ୍ଧାନ କରି ଛାତ୍ରୀଙ୍କୁ ଏତଲା ଦେବାକୁ କହିଥିଲି। ଛାତ୍ରୀ ଜଣକ ପୋଲିସରେ ଏତଲା ଦେଇନଥିଲେ। ସାଂସଦ ପୁଣି କହିଛନ୍ତି, ମୁଁ ଚାପ ଦେଉଥିବା କଥା ବିରୋଧୀ ପ୍ରମାଣିତ କରନ୍ତୁ। ମୋ ନାଁରେ FIR କରନ୍ତୁ, CBI ତଦନ୍ତ କରାନ୍ତୁ। ପ୍ରମାଣିତ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବି।

ଅନ୍ୟପଟେ ICC ବୈଠକରେ HOD ସମୀର ସାହୁଙ୍କ ଗୁଣଗାନ କରାଯାଇଥିଲା। ଛାତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରାଯାଇଥିଲା। ତରବରିଆ ଭାବେ ରିପୋର୍ଟ ପ୍ରସ୍ତୁତ କରାଯାଇଥିବାର ନନା କହିଛନ୍ତି। ଏହା ସହ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ମାମଲାକୁ ପ୍ରଭାବିତ କରିବା ପ୍ରମାଣ ଦେଲେ ରାଜନୀତିରୁ ସନ୍ୟାସ ନେବି ବୋଲି ସାଂସଦ ଷଡ଼ଙ୍ଗୀ କହିଛନ୍ତି।

Comments are closed.