ମାଂଚେଷ୍ଟର: ଭାରତ-ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ୪ର୍ଥ ମ୍ୟାଚ ମାଂଚେଷ୍ଟରରେ ଖେଳାଯିବ । ୧-୨ରେ ପଛୁଆ ଥିବା ଭାରତକୁ ଏହି ମ୍ୟାଚରେ ଜିିତିବା ଜରୁରୀ ହୋଇ ପଡିଛି । ତେବେ ସବୁଠାରୁ ମଜାର କଥା ହେଲା ଓଲ୍ଡ ଟ୍ରାଫେଡରେ ଭାରତର ୧୦ଜଣ ଖେଳାଳି ପ୍ରଥମ ଥର ପାଇଁ ଖେଳିବାକୁ ଯାଉଛନ୍ତି । ବର୍ତମାନ ଦଳର କେବଳ ରବୀନ୍ଦ୍ର ଜାଡେଜା ଏଠାରେ ମ୍ୟାଚ ଖେଳିଛନ୍ତି । ଯଶସ୍ୱୀ ଜୈସୱାଲ, କେଏଲ ରାହୁଲ, କରୁଣ ନାୟାର, ଶୁଭମନ ଗିଲ, ରିଷଭ ପନ୍ତ, ନୀତିଶ ରେଡ୍ଡୀ, ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରାହ, ଆକାଶଦୀପ ଓ ମହମ୍ମଦ ସିରାଜ ଏଠାରେ ପ୍ରଥମ ଥର ମ୍ୟାଚ ଖେଳିବେ ।
ଏହି ପିଚରେ ଭାରତୀୟ ଟିମ ଗୋଟିଏ ବି ଟେଷ୍ଟ ଜିତିପାରି ନାହାନ୍ତି । ୧୯୩୬ରେ ଭାରତ ପ୍ରଥମ ଥର ପାଇଁ ଏଠାରେ ଟେଷ୍ଟ ଖେଳିଥିଲା । ଓଭରାଲ ୯ଟି ମ୍ୟାଚ ଖେଳାଯାଇଥିବା ବେଳେ ଭାରତ ୪ରେ ପରାଜିତ ହୋଇଥିବା ବେଳେ ୫ ମ୍ୟାଚ ଡ୍ର ରହିଛି । ୨୦୧୪ରେ ଟିମ ଇଣ୍ଡିଆ ଶେଷ ଥର ଏଠାରେ ମ୍ୟାଚ ଖେଳିଥିଲା । ଇଂଲଣ୍ଡ ଏହି ମ୍ୟାଚକୁ ଇନିଂସ ଓ ୫୪ ରନରେ ଜିତିଥିଲା ।
Comments are closed.