କଟକ : କିଛି ଦିନର ନିରବତା ପରେ ପୁଣିଥରେ ବଡ ବୟାନ ଦେଇଛନ୍ତି ଯାତ୍ରାଜଗତର ଚର୍ଚ୍ଚିତ ଖଳନାୟକ ପୀୟୂଷ । ଆସନ୍ତା ଦଶହରାରୁ ପୁଣିଥରେ ମଞ୍ଚକୁ ଓହ୍ଲାଇବେ ବୋଲି ସ୍ପଷ୍ଟ କରିଛନ୍ତି । ଗଣମାଧ୍ୟମ ଆଗରେ ସିଂହବାହିନୀରେ କାମ କରିବେ ବୋଲି ନିଜେ ସ୍ପଷ୍ଟ କରିଛନ୍ତି । ବର୍ଷେ ବିଶ୍ରାମ ପାଇଁ ଆଗରୁ ସେ ସ୍ପଷ୍ଟ କରିଥିଲେ । ହେଲେ ସେ ସେତେବେଳେ ଯେଉଁ ନିଷ୍ପତ୍ତି ନେଇଥିଲେ ସେଥିରୁ ଓହରିଯାଇଛନ୍ତି । ବିବାଦ ତାଙ୍କ ପିଛା ଛାଡୁନଥିବାରୁ ଚଳିତବର୍ଷ ଯାତ୍ରା ମଞ୍ଚକୁ ଚଢିବି ବୋଲି ସେ କହିଛନ୍ତି । ଗତବର୍ଷ ବିବାଦରେ ରହି ଭୂଲ କରିଥିବାରୁ ବର୍ଷେ ବିଶ୍ରାମ ନେବାକୁ ଚାହିଁଥିଲେ । ଆଉ ୨୦୨୬-୨୭ରୁ ପାଞ୍ଚବର୍ଷ ପାଇଁ ସିଂହବାହିନୀ ଯିବାକୁ ଚୁକ୍ତି କରିଥିଲେ ବୋଲି କହିଥିଲେ । ହେଲେ ମାଲିକ ସଂଘ ଏହାକୁ ମଧ୍ୟ ଗ୍ରହଣ କରିନଥିଲେ ବୋଲି ପୀୟୂଷ କହିଛନ୍ତି । ଯଦି ବିବାଦ ପିଛା ଛାଡୁନି ତେବେ ବର୍ଷେ କାହିଁକି ବିଶ୍ରାମ ନେବି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
କିଛିଦିନ ତଳେ ପୀୟୂଷଙ୍କ ପୁରୁଣା ମାଲିକ ଅର୍ଥାତ ସୂର୍ଯ୍ୟ ମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁ ତାଙ୍କୁ ନିଜ ଟିମରେ ରଖିବା ପାଇଁ ଚାହିଁଥିଲେ । ଏପରିକି ପୀୟୂଷ ମଧ୍ୟ ଟଙ୍କା ଅଗ୍ରୀମ ନେଇଥିବା କଥା କହିଥିଲେ । କେବଳ ସେତିକି ନୁହେଁ ସିଂହବାହିନୀ ମାଲିକଙ୍କଠାରୁ ମଧ୍ୟ ସେ ଟଙ୍କା ନେଇଥିଲେ । ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିବାରୁ ପୀୟୂଷ ଯାତ୍ରା କରିବେ ନାହିଁ ବୋଲି କହିଥିଲେ । ଏବେ ସେହି ବିବାଦ ଥମି ନଥିବା ବେଳେ ପୀୟୂଷ ନୂଆ କଥା କହିଛନ୍ତି । ଯେହେତୁ ସେ ସିଂହବାହିନୀ ସହ ଚୁକ୍ତି କରିଛନ୍ତି ତେଣୁ ସେହି ସିଂହବାହୀନୀରେ କାମ କରିବେ । ଆଉ ଯଦି ସେ ବିବାଦରେ ରହୁଛନ୍ତି ତେବେ ସେମିତି ବିବାଦ ଚାଲୁ ପଛେ ନିଜ କର୍ମ ଜାରି ରଖିବେ ବୋଲି କହିଛନ୍ତି । ପୀୟୂଷଙ୍କ ଏଭଳି ମନ୍ତବ୍ୟ ପରେ ଯାତ୍ରା ଜଗତରେ ପୁଣି ହଇଚଇ ସୃଷ୍ଟି ହୋଇଛି । ପୀୟୂଷଙ୍କ ଏଭଳି ବୟାନ ପରେ ସୂର୍ଯ୍ୟ ମନ୍ଦିର ମାଲିକ କି ପ୍ରକାର ନିଷ୍ପତି ନେଉଛନ୍ତି ତାକୁ ହିଁ ସମସ୍ତେ ଚାହିଁଛନ୍ତି । ସେ ତାଙ୍କ ଟଙ୍କା ପାଇବା ପାଇଁ ଚାହିଁବେ ନାଁ ବିକଳ୍ପ କଥା କିଛି ଚିନ୍ତା କରିବେ ତାହା ସମୟ ହିଁ କହିବ ।
BREAKING NEWS
- ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ
- ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା
- ଭୁଲ ମାଗିଲେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶୁଭଙ୍କର, କହିଲେ ପୁରୀ ହେଉଛି ମୋର….
- ପ୍ରଥମ ଥର ଆସିଲା ତିନି ଥର ମୋଡ଼ି ହେଉଥିବା ଫୋନ୍, ଦୁଇଟି ସେଲ୍ଫି କ୍ୟାମେରା ସହ ଦୁଇଟି ଡିସ୍ପ୍ଲେ
- ରାଜ୍ୟରେ ପ୍ରଶାସନିକ ଏବଂ ଶାସନ ସଂସ୍କାର କମିଟି ଗଠିତ; ନଜର ରଖିବେ ୫…
- କେଉଁ T20 ଲିଗ୍ ମ୍ୟାଚ୍ରେ ଖେଳାଳିଙ୍କୁ ମିଳିଥାଏ ଅଧିକ ଟଙ୍କା, କେତେ ନମ୍ୱରରେ ଆସିଥାଏ IPL ?
- ଅଚ୍ୟୁତ ସାମନ୍ତଙ୍କ ପୁସ୍ତକ ‘ମୋ ମା ମୋ ପ୍ରେରଣା’ ଉନ୍ମୋଚିତ
- ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ…
- Escape System: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ
- ବିଶ୍ୱ ମହିଳା ଟିସ ଚେସ ଚାମ୍ପିୟନଶିପ: ପଦ୍ମିନୀଙ୍କୁ ବ୍ରୋଞ୍ଜ
Comments are closed.