Latest Odisha News

BREAKING NEWS

ନର୍ସିଂ ଛାତ୍ରୀ ବିଷ ପିଇବା ଘଟଣା; ୨ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ଜଣେ ୨୧ ବର୍ଷୀୟ ବିଏସସି ନର୍ସିଂ ଦ୍ଵିତୀୟ ବର୍ଷର ଛାତ୍ରୀ ପୁରୁଷ ବନ୍ଧୁଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ସହି ନପାରି ଗତ ୧୭ ତାରିଖରେ ବିଷପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ତାଙ୍କୁ ଆଜି ଭୋର ୪.୩୦ଟା ସମୟରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ଛାତ୍ରୀଙ୍କ ଅବସ୍ଥା ଗମ୍ଭୀର ହୋଇଯାଇଥିବା ତାଙ୍କୁ ଏମ୍ସ-ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ନବରଙ୍ଗପୁର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ସନ୍ତୋଷ ପଣ୍ଡା କହିଛନ୍ତି।

ତେବେ ପୋଲିସ ଭାଇରାଲ୍ ହୋଇଥିବା ଫଟୋରେ ଥିବା ପୁରୁଷ ବନ୍ଧୁ ଉଦ୍ଧର୍ବ ଗଡନାୟକଙ୍କୁ ଗିରଫ କରିବା ସହ ଲିକ୍ ପଛରେ ମୁଖ୍ୟ ଅଭିଯୁକ୍ତ ସତ୍ୟଜିତ ସରକାରଙ୍କୁ ମଧ୍ୟ ଗିରଫ କରିଛି। ସତ୍ୟଜିତଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ସେ କୃଷି ବିଜ୍ଞାନର ଛାତ୍ର ଥିବା ସୂଚନା ମିଳିଛି ଓ ତାଙ୍କୁ ଗତ କାଲି ପୋଲସ ଦଶପଲ୍ଲାର ଏକ ବସ୍ ରୁ ଗିରଫ କରିଛି। ସେ ନୟାଗଡ ଜିଲ୍ଲା ରାଇଘରର ଗୁରସିଙ୍ଗା ଗାଁର ବାସିନ୍ଦା ଅଟନ୍ତି।

ଅପରପକ୍ଷରେ ଜୟପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ (DHH)ରେ ଗାର୍ଡ ଭାବରେ କାର୍ଯ୍ୟ କରୁଥିବା ଉଦ୍ଧର୍ବଙ୍କୁ ପୋଲିସ ଜୟପୁରରୁ ଗିରଫ କରିଥିବା ସୂଚନା ମିଳିଛି।

ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଉମରକୋଟ ପୋଲିସ ଏକ ସ୍ବତନ୍ତ୍ର ଦଳ ଗଠନ କରିଥିଲା। ପୀଡିତା ଜଣକ କୋରାପୁଟର ଜୟପୁର ଅଞ୍ଚଳରେ ଥିବା ଏକ ହଷ୍ଟେଲରେ ରହୁଥିଲେ। ସତ୍ୟଜିତ ପୀଡ଼ିତାଙ୍କୁ ଭଲ ପାଉଥିଲେ ଓ ଏହାର କୌଣସି ଉତ୍ତର ନ ମିଳିବାରୁ ସେ ତାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ।

ତେବେ ଗତ ଜୁଲାଇ ୧୩ ତାରିଖରେ ସତ୍ୟଜିତ ଜୟପୁରର ଏକ ବଜାରରେ ମହିଳାଙ୍କୁ ଆକ୍ରମଣ କରିଥିଲେ ଯାହାଫଳରେ ତାଙ୍କ ମୁହଁରେ ଆଘାତ ଲାଗିବା ସହ ଆଖି ମଧ୍ୟ ଫୁଲି ଯାଇଥିଲା। ପରେ ପୀଡ଼ିତା ଜଣକ ଡରିଯାଇ ଜୁଲାଇ ୧୫ ତାରିଖରେ ନିଜ ଗାଁକୁ ଫେରି ଆସିଥିଲେ। ପରେ ସେ ଜୟପୁର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ ଓ  ସତ୍ୟଜିତଙ୍କୁ ଗିରଫ ମଧ୍ୟ  କରାଯାଇଥିଲା। କିନ୍ତୁ ପରେ ସେ ସର୍ତ୍ତମୂଳକ ଜାମିନରେ ମୁକ୍ତ ହୋଇଯାଇଥିଲେ। ପରେ ଅଭିଯୁକ୍ତ ଜଣକ ତାଙ୍କର ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ପରେ ଲଜ୍ଜାସହି ନପାରି ସେ ଜୁଲାଇ ୧୭ ତାରିଖରେ ବିଷ ପିଇ ଦେଇଥିଲେ। ଫଳରେ ତାଙ୍କ ପରିବାର ତାଙ୍କୁ ତୁରନ୍ତ ଉମରକୋଟ ଉପ-ବିଭାଗୀୟ ଡାକ୍ତରଖାନାକୁ ନେଇଯାଇଥିଲେ । କିନ୍ତୁ ତାଙ୍କ ଅବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ଛତିଶଗଡ଼ର କୋଣ୍ଡାଗାଓଁ ଡିଏଚ୍ଏଚ୍ ଏବଂ ପରେ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ତେବେ ତାଙ୍କ ଅବସ୍ଥାରେ କୌଣସି ସୁଧାର ନ ଆସିବାରୁ  ୨୧ ଜୁଲାଇରେ ଡାକ୍ତରମାନେ ତାଙ୍କର ବଞ୍ଚିବା ଆଶା କମ ଥିବା ନେଇ ପରିବାରବର୍ଗ ଙ୍କୁ ଜଣାଇ ଦେଇଥିଲେ। ପରେ ତାଙ୍କ ପରିବାର ୨୧ ଜୁଲାଇରେ ସତ୍ୟଜିତଙ୍କ ବିରୋଧରେ ପୁଣି ଅଭିଯୋଗ ଦାଖଲ କରିଥିଲେ। ୨୨ ଜୁଲାଇରେ ରାଇଘର ପୋଲିସ ତାଙ୍କ ବୟାନ ରେକର୍ଡ କରିଥିଲା।

Comments are closed.