Latest Odisha News

BREAKING NEWS

ଇଡି ଅଧିକାରୀ ଚିନ୍ତନ ରଘୁବଂଶୀଙ୍କୁ ମିଳିଲୀ ସର୍ତ୍ତମୂଳକ ଜାମିନ

କଟକ: ଇଡି ଅଧିକାରୀ ଚିନ୍ତନ ରଘୁବଂଶୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତ ହାଇକୋର୍ଟ। ୧ ଲକ୍ଷ ଟଙ୍କାର ବେଲବଣ୍ଡ ଓ ୨ ଜାମିନଦାରଙ୍କ ବଦଳରେ ଜାମିନରେ ଯାଇପାରିବେ। ଦେଶ ବାହାରକୁ ଯାଇ ପାରିବେନି ଚିନ୍ତନ। ତଦନ୍ତରେ ସହଯୋଗ କରିବା ପାଇଁ ରହିଛି ସର୍ତ୍ତ।

ଜାମିନରେ ଥିବା ବେଳେ ସମାନ ଧରଣର ଅପରାଧରେ ସାମିଲ ହେବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। କୋର୍ଟରେ ସମସ୍ତ ତାରିଖରେ ସେ ହାଜର ହେବେ। ଶୁଣାଣି ତାରିଖରେ ହାଜର ନହେଲେ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ଟ୍ରାଏଲ କୋର୍ଟ। କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯାଇ ପାରିବେ ନାହିଁ ଚିନ୍ତନ। ସେହିପରି ଜାମିନ ସ୍ୱାଧୀନତାର ଅପବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ନେବେ ଟ୍ରାଏଲ କୋର୍ଟ । ତଦନ୍ତରେ ସହଯୋଗ କରିବେ ଓ ତଦନ୍ତକାରୀ ଅଫିସର ଯେତେବେଳେ ଚାହିଁବେ ତାଙ୍କ ନିକଟରେ ହାଜର ହେବେ। ଟ୍ରାଏଲ ଶେଷ ପର୍ଯ୍ୟନ୍ତ କୋର୍ଟରେ ନିଜର ପାସପୋର୍ଟ ଦାଖଲ କରି ରଖିବେ।

ସୂଚନା ଥାଉକି ଗତ ମେ’ ମାସ ୩୦ ତାରିଖ ଦିନ ଖଣି ବ୍ୟବସାୟଜନିତ ଏକ ମାମଲାର ରଫାଦଫା କରିବା ପାଇଁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ି ଜେଲ୍‌ ଯାଇଥିଲେ ଚିନ୍ତନ। ଏହି ଖଣି ଜନିତ ମାମଲା ରଫାଦଫା ପାଇଁ ଢେଙ୍କାନାଳର ଖଣି ବ୍ୟବସାୟୀ ରୋହିତ ରଞ୍ଜନ ରାଉତଙ୍କ ଠାରୁ ଚିନ୍ତନ ରଘୁବଂଶୀ ପ୍ରଥମେ ୫ କୋଟି ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ଏତେ ପରିମାଣର ଟଙ୍କା ସେ ଦେଇପାରିବେ ନାହିଁ ବୋଲି କହିବା ପରେ ୨ କୋଟି ଟଙ୍କାରେ ଡିଲ୍‌ ଫାଇନାଲ ହୋଇଥିଲା। ଏନେଇ ରୋହିତ ସିବିଆଇର ଦ୍ବାରସ୍ଥ ହୋଇଥିଲେ। ରଘୁବଂଶୀ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇର ଅଧିକାରୀମାନେ ଅତର୍କିତ ଚଢ଼ାଉ କରିଥିଲେ ।

Comments are closed.