ଭୁବନେଶ୍ୱର : ରାଜଧାନୀରେ ଥିବା ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ୨ ଦିନିଆ ସାଇ ମଡେଲ ୟୁନାଇଟେଡ ନେସନ ଆରମ୍ଭ ହୋଇଛି । ଏଥିରେ ୨୩ଟି ଦେଶର ଛାତ୍ରଛାତ୍ରୀମାନେ ଭାଗ ନେଇଛନ୍ତି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ସବୁ ଛାତ୍ରଛାତ୍ରୀମାନେ ବିଶ୍ୱରେ ହେଉଥିବା ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଛନ୍ତି । କିପରି ଆଗାମୀ ଦିନରେ ବିଶ୍ୱକୁ ସୁରକ୍ଷିତ ରଖିହେବ ସେ ବାବଦରେ କୁହାଯାଇଥିଲା । ଆଜିର ଶିଶୁ ଆଗାମୀ ଦିନର ଭବିଷ୍ୟତ । ତେଣୁ ସବୁ ଛାତ୍ରଛାତ୍ରୀ ଏବେଠାରୁ ଚାହିଁଲେ ଆଗାମୀ ଭବିଷ୍ୟତରେ ବିଶ୍ୱକୁ ସୁରକ୍ଷିତ ରଖିପାରିବେ । ସେଥିପାଇଁ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଏହିଭଳି କାର୍ଯ୍ୟକ୍ରମ ହୋଇଛି ।
ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସାଇ ମଡେଲ ୟୁନାଇଟେଡ ନେସନ ଆରମ୍ଭ ହୋଇଛି । ଓଡିଶାରେ ଏହିଭଳି କାର୍ଯ୍ୟକ୍ରମ ହେଉଥିବାରୁ ଆମ୍ଭେମାନେ ଗର୍ବିତ ହେବା ଦରକାର ବୋଲି କୁହାଯାଇଛି । ଆୟୋଜିତ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ନିଜର ବାର୍ତ୍ତା ଦେଇଥିଲେ । ସମସ୍ତ ଛାତ୍ରଛାତ୍ରୀ ନିଜ ଦେଶକୁ ଭଲପାଇବା ଦରକାର । ଦେଶ ସୁରକ୍ଷିତ ରହିଲେ ବିଶ୍ୱ ସୁରକ୍ଷିତ ରହିବ ବୋଲି କହିଥିଲେ । ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ସ୍କୁଲର ପିଲାମାନେ ମଧ୍ୟ ଭାଗ ନେଇଛନ୍ତି । ସମସ୍ତେ ବିଶ୍ୱରେ ହେଉଥିବା ପରିବର୍ତ୍ତନ ସମ୍ପର୍କରେ ନିଜନିଜର ମତ ରଖିଛନ୍ତି ।
Comments are closed.