ଆମେ ରହୁଥିବା ବ୍ରହ୍ମାଣ୍ଡ ଏକ ରହସ୍ୟମୟ ସଂସାର । ବୈଜ୍ଞାନିକମାନେ ଏହି ରହସ୍ୟ ଉଜାଗର କରିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ତଥାପି ସବୁ କିଛି ଉଜାଗର କରିବା ସେମାନଙ୍କ ପକ୍ଷେ ସମ୍ଭବପର ହେଉନି । ନିକଟରେ ଏକ ଗବେଷଣାରେ ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ଯେ, ପୃଥିବୀପୃଷ୍ଠକୁ ଏକ ରହସ୍ୟମୟ ପରଗ୍ରହୀ ଯାନ ମାଡି ଆସୁଛି । ସେମାନଙ୍କୁ କେତେକ ସଙ୍କେତ ମିଳିବାରୁ ଏହା ଏକ ଏଲିୟନ ସ୍ପେସକ୍ରାଫ୍ଟ ବୋଲି ଅନୁମାନ କରାଯାଉଛି । ଏହି ଇଂଟରଷ୍ଟେଲରର ନାମ ୩୧/ଆଟଲାସ ରଖାଯାଇଛି । ଚଳିତ ମାସ ଆରମ୍ଭରେ ଏକ ଦୁର୍ଲଭ ଅବଜେକ୍ଟ ଦୃଶ୍ୟମାନ ହେବା ସେମାନେ ସ୍ପଷ୍ଟ କରିଥିଲେ । ଯାହାକି ଆମ ସୌରମଣ୍ଡଳରେ ତୀବ୍ର ଓ ଅସମାନ୍ୟ କକ୍ଷପଥରେ ଗତି କରୁଛି ।
୩୧/ଆଟଲାସ ନାମକ ଏହି ବସ୍ତୁ ଏକ୍ସଟ୍ରାଟେରିଟୋରିୟାଲ ଟେକ୍ନିକ ହୋଇପାରେ ! ଏପରିକି ଏହା ଆମ ଗ୍ରହ ଉପରେ ଆକ୍ରମଣ ମଧ୍ୟ କରିପାରେ । ପରଗ୍ରହୀ ଥିବା ସମ୍ଭାବନାକୁ ଆଖି ଆଗରେ ରଖାଯାଇ ବୈଜ୍ଞାନିକମାନେ ଏହା କହିଛନ୍ତି । ଅବଶ୍ୟ ଏହା ସମ୍ପୂର୍ଣ୍ଣ ଭାବେ ପୃଷ୍ଟି ହୋଇପାରି ନାହିଁ । ସୂର୍ଯ୍ୟଙ୍କ ନିକଟରେ ପଂହଚିବା ପରେ ଏହା ପୃଥିବୀର ନଜରରୁ ଦୂରେଇ ଯିବ । ଏହା ଉପରେ ନଜର ରଖିବା ସମ୍ଭବପର ହେବନି । ଅବଶ୍ୟ ପୂର୍ବରୁ ଏଲିୟନଙ୍କ ଟେକ୍ନୋଲୋଜିକୁ ନେଇ ଅନେକ ତଥ୍ୟ ଉପସ୍ଥାପନ କରାଯାଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବେ ପ୍ରମାଣିତ ହୋଇପାରିନି ।
Comments are closed.