ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ବ୍ୟବହାର କରି ଅନଲାଇନରେ ବିଭିନ୍ନ ସାମଗ୍ରୀ ବିକ୍ରି କରିଥିବା ସଂସ୍ଥା ନାଁରେ ଜଗନ୍ନାଥ ସେନା ପକ୍ଷରୁ ଥାନାରେ ଏତଲା ଦିଆଯାଇଛି l ଜଗନ୍ନାଥ ସେନା ପକ୍ଷରୁ ମହାପ୍ରଭୁଙ୍କୁ ଅପମାନ କରିବା ଅଭିଯୋଗରେ ଅନଲାଇନ ସଂସ୍ଥା ନାଁରେ ସାଇବର ଥାନାରେ ଏତଲା ଦିଆଗଲା l
ଅନଲାଇନ ସଂସ୍ଥା ଅଲି ଏକ୍ସପ୍ରେସ ଓ ଲିପନ ଆର୍ଟ ନାମକ ଦୁଇଟି ସଂସ୍ଥା ନାମରେ ଜଗନ୍ନାଥ ସେନା ପକ୍ଷରୁ ସାଇବର ଥାନାରେ ଏତଲା ଦିଆଯାଇଛି l ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଥାଇ ଘରର ଗୋଡ ପୋଛା ଓ ବିଭିନ୍ନ ବ୍ୟବହୃତ ସାମଗ୍ରୀ ଅନଲାଇନ ମାଧ୍ୟମରେ ରେ ବିକ୍ରି କରୁଥିଵା ଅନଲାଇନ ସଂସ୍ଥା ବିରୋଧରେ ଏତଲା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି କରିଛି ଜଗନ୍ନାଥ ସେନା l
ଆଜି ଜଗନ୍ନାଥ ସେନାର ସମସ୍ତ ସଦସ୍ୟ ମନେ ପୁରୀ ସାଇବର ଥାନାରେ ଉକ୍ତ ସଂସ୍ଥା ବିରୋଧରେ ଏତଲା ପ୍ରଦାନ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି l ମହାପ୍ରଭୁଙ୍କ ଚିତ୍ର ଥିବା ଫ୍ଲୋର ମ୍ୟାଟ ସହ ବିଭିନ୍ନ ଦେବା ଦେବୀଙ୍କ ଚିତ୍ରକୁ ବ୍ୟବହାର କରି ଅପମାନ କରିବା ଅଭିଯୋଗରେ ଜଗନ୍ନାଥ ଏତଲା ଦାଖଲ କରିଛି ।
Comments are closed.