Latest Odisha News

BREAKING NEWS

ବିଦେଶରେ କାନ୍ଦୁଛନ୍ତି କେନ୍ଦ୍ରାପଡା ଜିଲ୍ଲାର ୪ ଓଡିଆ

କେନ୍ଦ୍ରାପଡା : ଘର ପରିବାର ଆଗକୁ ନେବା ପାଇଁ ସମସ୍ତେ ଚାହିଁଥାନ୍ତି । ସେଥିପାଇଁ କଷ୍ଟ ଯେତେହେଲେ ମଧ୍ୟ ମଣିଷ କଷ୍ଟ ସହିବାକୁ ପଛାଇ ନଥାଏ । ଏପରିକି ବିଦେଶକୁ ଯାଇ ଅଧିକ ରୋଜଗାର କରିବା ପାଇଁ ଦାଦନ ଖଟିବାକୁ ପଛାଇ ନଥାନ୍ତି । ବାହାର ଦେଶରେ ଦାଦନ ହେଉ ପଛେ ପ୍ରତିମାସରେ ଅଧିକ ଟଙ୍କା ରୋଜଗାର କରିବାକୁ ଚାହିଁଥାନ୍ତି । ହେଲେ କେତେକ ସ୍ଥାନରେ ସେଭଳି କାମ ବି ଭୂଲ ପ୍ରମାଣିତ ହୋଇଥାଏ ।

କେନ୍ଦ୍ରାପଡା ଜିଲ୍ଲାର ୪ ଜଣ ଓଡିଆ ବିଦେଶକୁ କାମ କରିବାକୁ ଯାଇଥିଲେ । ଠିକାଦାର ମିଛ କଥା କହି ଅଧିକ ରୋଜଗାରର ଲୋଭ ଦେଖାଇ ସେଠାକୁ ନେଇଗଲା । ସେଠାରେ କିନ୍ତୁ ଏବେ ସେମାନେ ନାନା ନିର୍ଯାତନା ସହୁଥିବା ସେମାନେ କହିଛନ୍ତି । ୪ଜଣ ଯୁବକ ଲାଓସକୁ ଅଧିକ ଅର୍ଥ ଉପାର୍ଜନ ଆଶାରେ ଯାଇଥିଲେ । ପ୍ରଥମ ମାସ ସେମାନଙ୍କୁ ସଠିକଭାବେ ଟଙ୍କା ମିଳିଲା । ଏହାପରେ କିନ୍ତୁ ଆଉ ସେମାନଙ୍କୁ ଟଙ୍କା ଦିଆଗଲା ନାହିଁ । ୫ ମାସ ଟଙ୍କା ବକେୟା ରହିବା ପରେ ଯୁବକମାନେ ସେମାନଙ୍କ ପ୍ରାପ୍ୟ ମାଗିଥିଲେ । ମାତ୍ର ସେମାନଙ୍କୁ ଟଙ୍କା ଦିଆଯାଇନାହିଁ ।

ଇଛା ଅଛି ଯଦି କାମ କର ନହେଲେ ଯାହା କରିବା କଥା କର ବୋଲି ଓଡିଆ ଶ୍ରମିକଙ୍କୁ ସେଠାକାର ମାଲିକ କହିଛନ୍ତି । ଟହ୍‌କା ପାଇଁ ଜିଦ ଧରିଲେ ସେମାନଙ୍କୁ ଗାଳିଗୁଲଜ ଦିଆଯାଇଥିବା ଅଭିଯୋଗ ହୋଇଛି । ଏଭଳି ଖରାପ ଅବସ୍ଥାରେ ଯୁବକମାନେ ଗତି କରୁଥିବାବେଳେ ସେମାନଙ୍କୁ ଫେରାଇ ନେବା ପାଇଁ ସରାକରଙ୍କୁ ଅନୁରୋଧ କରାଯାଇଛି । ଆଳି ଓ ରାଜକନିକା ଅଞ୍ଚଳର ଏହି ଯୁବକମାନେ ସରକାରଙ୍କୁ ଏକ ଭିଡିଓ କରି ବିନମ୍ର ଅନୁରୋଧ କରିଛନ୍ତି । ଆମକୁ ଏଠାରୁ ମୁକାଳି ନିଅନ୍ତୁ । ଆମେ ଆମ ଦେଶକୁ ଯିବାକୁ ଚାହୁଁଛୁ ବୋଲି ଭିଡିଓରେ କହିଛନ୍ତି ।

 

Comments are closed.