Latest Odisha News

BREAKING NEWS

କାର ଦୁର୍ଘଟଣାରେ ବାର୍ବି ଡିଜାଇନର୍ ମାରିଓ ପାଗଲିନୋ ଏବଂ ଜିଆନି ଗ୍ରୋସିଙ୍କ ଦେହାନ୍ତ

ନୂଆଦିଲ୍ଲୀ: ୨୭ ଜୁଲାଇରେ ଇଟାଲୀରେ ହୋଇଥିବା ଏକ କାର୍ ଦୁର୍ଘଟଣାରେ ପ୍ରସିଦ୍ଧ ବାର୍ବି ଡିଜାଇନର୍ ମାରିଓ ପାଗଲିନୋ ଏବଂ ଜିଆନି ଗ୍ରୋସିଙ୍କ ଦେହାନ୍ତ ହୋଇଛି। ପାଗଲିନୋ ଏବଂ ଗ୍ରୋସି ଦୀର୍ଘ ସମୟ ଧରି ପାର୍ଟନରସିପରେ ଥିଲେ।

୧୯୯୯ ମସିହାରେ ମ୍ୟାଗିଆ୨୦୦୦ ପ୍ରତିଷ୍ଠା କରିଥିଲେ। ପପ୍ ସଂସ୍କୃତି ଏବଂ ଆଧୁନିକ କଳା ଦ୍ୱାରା ଅନୁପ୍ରାଣିତ କଷ୍ଟମ୍ ବାର୍ବି ଡଲ୍ସରେ ଏହି କମ୍ପାନୀ ବିଶେଷଜ୍ଞତା ହାସଲ କରିଥିଲା।

ରିପୋର୍ଟ ଅନୁଯାୟୀ ଜଣେ ୮୨ ବର୍ଷୀୟ ବୃଦ୍ଧ A4 ଟୁରିନ୍-ମିଲାନ୍ ରାଜପଥରେ ଭୁଲ ମାର୍ଗରେ ତାଙ୍କ କାର ଚଳାଇଥିଲେ। ଯାହା ଫଳରେ ଦୁଇ କାର ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିଲା।

ଇଟାଲୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଦୁର୍ଘଟଣାରେ ପାଗଲିନୋ (୫୨), ଗ୍ରୋସି (୫୫) ଏବଂ ବ୍ୟାଙ୍କର୍ ଆମୋଡିଓ ଭାଲେରିଓ ଗିଉର୍ନି (୩୭)ଙ୍କ ମୃତ୍ୟୁ ହୋଇଥିଲା। ତେବେ କେବଳ ଆମୋଡିଓଙ୍କ ପତ୍ନୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେହିପରି ଭୁଲ ପାର୍ଶ୍ୱରେ ଗାଡ଼ି ଚଲାଉଥିବା ୮୨ ବର୍ଷୀୟ ବୃଦ୍ଧଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା।

ତେବେ ବାର୍ବି ଟିମ୍ ପକ୍ଷରୁ ସୋସିଆଲ ମିଡିଆରେ ସେମାନଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କରାଯାଇଛି।

 

Comments are closed.