Latest Odisha News

BREAKING NEWS

ଟି୨୦ରେ ଅଭିଷେକ ଶର୍ମା ଏକ ନମ୍ବର

ଦୁବାଇ: ଭାରତୀୟ କ୍ରିକେଟ ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଏବେ ଆନ୍ତର୍ଜାତୀୟ ଟି୨୦ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେ ଅଷ୍ଟ୍ରେଲିଆର ଟ୍ରେଭିସ ହେଡଙ୍କୁ ପଛରେ ପକାଇ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି । ସେ ୮୨୯ ରେଟିଂ ପଂଏଟ ପାଇଛନ୍ତି । ହେଡ ୮୧୪ ଅଙ୍କ ସହ ତାଙ୍କ ପଛକୁ ରହିଛନ୍ତି । ଟି୨୦ ର‌୍ୟାଙ୍କିଙ୍ଗରେ ସେ ଭାରତର ୪ର୍ଥ ବ୍ୟାଟ୍ସମ୍ୟାନ ଭାବେ ଶୀର୍ଷ ସ୍ଥାନ ହାତେଇଛନ୍ତି । ଏହା ପୂର୍ବରୁ ଗୌତମ ଗମ୍ଭୀର, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ପ୍ରଥମ ସ୍ଥାନରେ ରହିଥିଲେ ।

ସେହିପରି ଟେଷ୍ଟ ଅଲରାଉଣ୍ଡର ର‌୍ୟାଙ୍କିଙ୍ଗରେ ଭାରତର ରବୀନ୍ଦ୍ର ଜାଡେଜା ୧୧୭ ରେଟିଂ ପଂଏଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ବାଂଲାଦେଶର ହସନ ମିରାଜ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୧୦୭ ରନର ଅପରାଜିତ ଇନିଂସ ଓ ୪ ୱିକେଟ ସଫଳତା ଜାଡେଜାଙ୍କୁ ଫାଇଦାରେ ରଖିଛି । ୱାଶିଂଟନ ସୁନ୍ଦର ୮ଟି ସ୍ଥାନ ଉନ୍ନୀତ ହୋଇ ୬୫ତମ ସ୍ଥାନରେ ରହିଛନ୍ତି । ଟେଷ୍ଟ ବ୍ୟାଟ୍ସମ୍ୟାନ ର‌୍ୟାଙ୍କିଙ୍ଗରେ ଇଂଲଣ୍ଡର ଜୋ ରୁଟ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ନ୍ୟୁଜିଲାଣ୍ଡର କେନ ୱିଲିୟମସନ ଓ ବେନ ଷ୍ଟୋକ୍ସ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

Comments are closed.