Latest Odisha News

BREAKING NEWS

ବୁମରାହଙ୍କ ସ୍ୱଦେଶ ପ୍ରତ୍ୟାବର୍ତନ: କଠୋର ହେଲା ବିସିସିଆଇ

ନୂଆଦିଲ୍ଲୀ:ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟା ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିଲେ । ଏବେ ସେ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ବିସିସିଆଇ ଶୁକ୍ରବାର ଏହା ଘୋଷଣା କରିଛି । ଇଂଲଣ୍ଡ ଗସ୍ତ ପୂର୍ବରୁ ବୁମରାହ ସିରିଜରେ ୩ଟି ମ୍ୟାଚ ଖେଳିବେ ବୋଲି ସ୍ଥିର ହୋଇଥିଲା । ବିସିସିଆଇ ଏବେ ଆଗକୁ ସମ୍ପୂର୍ଣ୍ଣ ସିରିଜ ପାଇଁ ଫିଟ ନ ଥିବା ଖେଳାଳିଙ୍କୁ ସୁଯୋଗ ନ ଦେବା ପାଇଁ ବିଚାର କରୁଛି । ଗୁରୁତ୍ୱପୂର୍ଣ୍ଣ ସମୟରେ ଦଳର ମୂଖ୍ୟ ଖେଳାଳି ନ ଖେଳିଲେ ଏହା ଟିମ କମ୍ବିନେଶନ ମଧ୍ୟ ବିଗାଡିଦେଉଛି । ଯେଉଁ ଖେଳାଳିଙ୍କ ଫିଟନେସ ଠିକ ରହିବ ତାଙ୍କୁ ଦଳରେ ସାମିଲ କରାଯିବ । କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ଶୁଭମନ ଗିଲ ମଧ୍ୟ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବୁମରାହ ୫ଟି ଇନିଂସରେ ୨୬ ଆଭରେଜରେ ୧୪ ୱିକେଟ ଅକ୍ତିଆର କରିଛନ୍ତି । ଲର୍ଡସର ପ୍ରଥମ ଇନିଂସରେ ସେ ୧୪ ରନରେ ୫ଟି ୱିକେଟ ନେଇଥିଲେ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଥିଲା । ଅନ୍ତିମ ଟେଷ୍ଟରେ ଭାରତ ବିଜୟ ହାସଲ କଲେ ସିରିଜ ବରାବର ହେବ । ତେବେ ବୁମରାହ ଏବଂ ଅନ୍ୟ ଖେଳାଳିଙ୍କ ଆଘାତ ସମସ୍ୟା ଦଳକୁ ବ୍ୟାକଫୁଟକୁ ଠେଲିଦେଇଛି । ଦି ଓଭାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୨୪ ରନ କରି ଅଲଆଉଟ ହୋଇଯାଇଛି ।

Comments are closed.