Latest Odisha News

BREAKING NEWS

କାଉ ମିଳନ ଦେଖିବାରୁ ବଞ୍ଚି ଥାଉ ଥାଉ ପରିବାର ହେଲେ ଶୁଦ୍ଧି; ଗାଁରେ ପହଞ୍ଚିଲା ପ୍ରଶାସନ

କୋରାପୁଟ:କାଉ ମିଳନ ଦେଖିବାରୁ ବଞ୍ଚି ଥାଉ ଥାଉ ପରିବାର ଶୁଦ୍ଧି ହେବା ଘଟଣାକୁ ନେଇ ପ୍ରଶାସନର ତତ୍ପରତା ଦେଖାଇଛି । CDPOଙ୍କ ନେତୃତ୍ବରେ ପାତ୍ରଗୁଡ଼ା ଗାଁ ଯାଇ ଲୋକଙ୍କ ସହ ଏକ ଟିମ୍ ଆଲୋଚନା କରିଛି । ଏଥିସହ ଏଭଳି ଅନ୍ଧବିଶ୍ବାସ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଶାସନ ।

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ପାତ୍ରଗୁଡ଼ାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। କାଉ ମିଳନ ଦେଖିବା ଦୁଇ ଯୁବକଙ୍କ ପାଇଁ ମହଙ୍ଗା ପଡିଛି। ପ୍ରଥମେ ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇଥିବା ଗାଁରେ ଘୋଷଣା କରାଯାଇଥିଲା। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପ୍ରଥମେ ଗାଆଁରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରି ମୃତ୍ୟୁ ପରେ ଯେପରି ରୀତିନୀତି ଅନୁସାରେ ଶବ ସତ୍କାର କରାଯାଏ, ସେହି ପ୍ରକ୍ରିୟାରେ ମୃତଦେହ ବଦଳରେ ପ୍ରତିକାତ୍ମକ କୁଶପୁତ୍ତଳିକା କୋକେଇରେ ନେଇ ଯାଉଥିବା ଦୃଶ୍ୟ ଏବେ ଭାଇରାଲ ହୋଇଥିଲା । ଶୁଦ୍ଧିକ୍ରୀୟା ସମ୍ପନ୍ନ ପରେ ପରିବାର ଲୋକେ ପିତା ଖାଇଥିଲେ। ଏସବୁ ସମ୍ପନ୍ନ ପରେ ଦୁଇ ଯୁବକଙ୍କୁ ଗାଁକୁ ଅଣାଯାଇଥିଲା।

ସୂଚନାଥାଉକି, କାଉଙ୍କ ମିଳନ ଦେଖିବା ଅତ୍ୟନ୍ତ ଅଶୁଭ। ଏସବୁ ଦୃଶ୍ୟ ଦେଖିଥିବା ଲୋକର ମୃତ୍ୟୁ ଘଟେ, ଯାହା ଆଦିବାସୀ ସମାଜର ବିଶ୍ଵାସ ରହିଛି।

Comments are closed.