ନାଗପୁର: ମହାରାଷ୍ଟ୍ରର ନାଗପୁରରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ସେ ଅନେକ ପୁରୁଷଙ୍କୁ ବିବାହ କରି ସେମାନଙ୍କଠାରୁ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।
ତେବେ ମହିଳାଙ୍କ ନାମ ସମୀରା ଫାତିମା ହୋଇଥିବା ବେଳେ ସେ ପେଶାରେ ଜଣେ ଶିକ୍ଷୟିତ୍ରୀ ବୋଲି ସୂତ୍ରରୁ ଜଣା ପଡ଼ିଛି। ତେବେ ସେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୮ଜଣଙ୍କୁ ବିବାହ କରିବା ପରେ ସେମାନଙ୍କୁ ବ୍ଲାକମେଲ୍ କରୁଥିଲେ। ପରେ ସେମାନଙ୍କ ଠାରୁ ଟଙ୍କା ମଧ୍ୟ ଆଦାୟ କରୁଥିଲେ। ସେ ଗତ ୧୫ ବର୍ଷ ମଧ୍ୟରେ ମୁସଲିମ ସମ୍ପ୍ରଦାୟର ଧନୀ ଏବଂ ବିବାହିତ ପୁରୁଷ ମାନଙ୍କୁ ହିଁ ଟାର୍ଗେଟ କରୁଥିଲେ। ସମୀରା ବିବାହ ଜନିତ ୱେବସାଇଟ୍ ଏବଂ ଫେସବୁକରେ ତାଙ୍କର ପ୍ରୋଫାଇଲ୍ ତିଆରି କରି ଏହିପରି କାଣ୍ଡ କରୁଥିବା ଜଣାପଡିଛି।
ସେ ଫେସବୁକ୍ କିମ୍ବା ହ୍ୱାଟ୍ସଆପ୍ କଲ୍ ମାଧ୍ୟମରେ ଯୋଗାଯୋଗ କରୁଥିଲେ ଓ ଜଣେ ଅସହାୟ ଛାଡପତ୍ରପ୍ରାପ୍ତ ମହିଳା ଏବଂ ଜଣେ ପିଲାର ମାଆ ଭାବରେ ଅନେକ ଭାବପ୍ରବଣ କାହାଣୀ ମାଧ୍ୟମରେ ମନ ଜିତୁଥିଲେ। ଯାହାଫଳରେ ସେ ଲୋକଙ୍କ ସହାନୁଭୂତି ଏବଂ ବିଶ୍ୱାସ ଜିତିବାରେ ସଫଳ ହୋଇ ପାରୁଥିଲେ।
ଏ ସବୁକୁ ନେଇ ତାଙ୍କ ସ୍ୱାମୀ କହିଛନ୍ତି ଯେ ସେ ବ୍ଲାକମେଲିଂ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କୁ ୫୦ ଲକ୍ଷ ଟଙ୍କା ଏବଂ ଅନ୍ୟ ଜଣଙ୍କୁ ୧୫ ଲକ୍ଷ ଟଙ୍କା ଠକିଛନ୍ତି। ସେ ସର୍ବଦା ନଗଦ କିମ୍ବା ବ୍ୟାଙ୍କ ଦ୍ଵାରା ଟଙ୍କା କାରବାର କରୁଥିଲେ। ଏପରିକି ଥରେ ସେ ଗର୍ଭବତୀ ଥିବା କହି ଗିରଫ ହେବାରୁ ବଞ୍ଚି ଯାଇଥିଲେ କିନ୍ତୁ ଅନେକ ତଦନ୍ତ ପରେ ୨୯ ଜୁଲାଇରେ ତାଙ୍କୁ ନାଗପୁରର ଏକ ଚା ଦୋକାନରୁ ପୋଲିସ ଗିରଫ କରିଥିଲା।
Comments are closed.