Latest Odisha News

BREAKING NEWS

କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତମନ୍ନା

ନୂଆଦିଲ୍ଲୀ:ବହୁତ ଦିନ ତଳେ ବିରାଟ କୋହଲି ଓ ତମନ୍ନା ଭାଟିୟାଙ୍କ ଏକ ଫଟୋ ଭାଇରାଲ ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଗୁଜବ ଜୋର ଧରିଥିଲା । ସେତେବେଳେ କୋହଲି ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ଥିଲେ । ଏ ନେଇ ସେ ସମୟରେ ଉଭୟ ଚୁପ ରହିବା ଶ୍ରେୟ ମନେ କରିଥିଲେ । ଦୀର୍ଘ ଦିନ ପରେ କୋହଲିଙ୍କ ସହ ସମ୍ପର୍କକୁ ନେଇ ତମନ୍ନା ମୁହଁ ଖୋଲିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ମୁଁ ଥରେ ମାତ୍ର କୋହଲିଙ୍କୁ ଭେଟିଛି । ଏହି ଆଡ ଶୁଟ ପରେ ମୋର ତାଙ୍କ ସହିତ ଭେଟ ହୋଇନି । ଏହି ଅବସରରେ ପାକିସ୍ତାନ କ୍ରିକେଟର ଅବଦୁଲ ରଜାକଙ୍କ ସହ ସମ୍ପର୍କକୁ ନେଇ ମଧ୍ୟ ଖୁଲାସା କରିଥିଲେ ।

ସୋସିଆଲ ମିଡିଆରେ ମୁଁ ରଜାକଙ୍କୁ ବିବାହ କରିଥିବା ଖବର ପ୍ରକାଶ ପାଇଛି । ମୋ ବାହାଘର ହୋଇଛି ଅଥଚ ମୁଁ ଜାଣିନି । ରଜାକ ସାର ମଧ୍ୟ ବିବାହିତ ଏବଂ ପାରିବାରିକ ଲୋକ । ଏ ଭଳି ଖବର ନିଶ୍ଚିତ ଭାବେ ସମସ୍ତଙ୍କ ସମ୍ମାନ କ୍ଷୁର୍ଣ୍ଣ କରିବ । ଏକ ଜୁଏଲାରୀ ଷ୍ଟୋରର ଓପିନଂ ବେଳେ ଆମେ ଭେଟ ହୋଇଥିଲୁ । କୌଣସି ପ୍ରକାରର ସମ୍ପର୍କ ନ ଥିବା ଅଯଥାରେ ଗୁଜବ ସୃଷ୍ଟି କରିବା ଗ୍ରହଣୀୟ ନୁହେଁ ବୋଲି ତମନ୍ନା କହିଛନ୍ତି ।

Comments are closed.