Latest Odisha News

BREAKING NEWS

ଏସଏଚଜିରୁ ବିନା ସୁଧରେ ମିଳିବ ୧୦ ଲକ୍ଷ ଋଣ; ସେପଟେ, ଦିଲ୍ଲୀ ଯିବେ ଲକ୍ଷପତି ଦିଦି ଏସ ଜ୍ୟୋତି

ଭୁବନେଶ୍ବର: ବର୍ଷକରେ ଲକ୍ଷପତି ଦିଦିଙ୍କୁ କୋଟିପତି ଦିଦି କରାଯିବ ସେନେଇ ଗୁରୁତ୍ବ ଦେଉଛନ୍ତି ସରକାର । ଲକ୍ଷପତି ଦିଦିଙ୍କୁ ଏବେ ଏସଏଚଜିରୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ ଯୋଗାଇଦେବାକୁ ସରକାର ପ୍ରାଥମିକତା ଦେବେ । ଏନେଇ ସୁଭଦ୍ରା ହିତାଧିକାରୀଙ୍କ ସହିତ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଯାହା ସବୁ ଆର୍ଥିକ ସହାୟତା ଦେଉଛନ୍ତି ସେସବୁ ବ୍ୟାଙ୍କ ସହ ସଂଯୋଗ କରାଯିବ । ଏହା ସହ ସଫଳ ସୁଭଦ୍ରା ଭଉଣୀଙ୍କୁ ବିଭାଗକୁ ଚିଠି ଲେଖିବାକୁ ପରାମର୍ଶ ଦେଇଛନ୍ତି । ସୁଭଦ୍ରା ଟଙ୍କାରେ କଣ କରିଛନ୍ତି ସେନେଇ ଚିଠି ଲେଖିବାକୁ କୁହାଯାଇଛି । ସଫଳ ବିଜିନେସ୍ ମଡେଲ୍‌କୁ ୱେବସାଇଟରେ ସ୍ଥାନିତ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଲୋକସେବା ଭବନର ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ସୁଭଦ୍ରା ଭଉଣୀମାନଙ୍କ ସହ ସିଧାସଳଖ ଆଲୋଚନା କଲି । ସେମାନେ ସୁଭଦ୍ରା ଯୋଜନା ବାବଦକୁ ମିଳିଥିବା ସହାୟତା ରାଶିର ଉପଯୋଗ କିଭଳି କରିଛନ୍ତି ସେ ବିଷୟରେ ପଚାରି ବୁଝିଲି । ବର୍ତ୍ତମାନ ଜାରି ରହିଥିବା ସମୀକ୍ଷାରୁ ମିଳୁଥିବା ତଥ୍ୟ ଆଧାରରେ ଆଗାମୀ ଦିନରେ ସୁଭଦ୍ରା ଭଉଣୀମାନଙ୍କ ପାଇଁ ଯୋଜନା ପ୍ରସ୍ତୁତ କରାଯିବ।

ସେପଟେ, ଅଗଷ୍ଟ ୧୫ ତଥା ସ୍ବାଧିନତା ଦିବସରେ ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ରକାର୍ଯ୍ୟକ୍ରମରେ ଯୋଗଦେବେ ଗଞ୍ଜାମ ଜିଲାର ଲକ୍ଷପତି ଦିଦି ତଥା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କାଳିଆବାଲି ଗ୍ରାମର ଏସ. ଜ୍ୟୋତି ରେଡ୍ଡୀ । ଏଥିଲାଗି ତାଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ଆସିଛି । ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Comments are closed.