ନ୍ୟୁୟର୍କ: ୟୁନିସେଫର ସର୍ଭେ ଅନୁଯାୟୀ ଭାରତରେ ନୂଆବର୍ଷ ଦିନ ତଥା ଜାନୁଆରୀ ୧ ତାରିଖରେ ସର୍ବାଧିକ ୬୭,୩୮୫ ନବଜାତକ ଜନ୍ମ ଗ୍ରହଣ କରିଛନ୍ତି । ଏହା ସମଗ୍ର ବିଶ୍ୱରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛି । ଯେତେବେଳେକି ଚୀନରେ ନୂଆବର୍ଷ ଦିନ ୪୬,୨୯୯ ଜଣ ଶିଶୁ ଜନ୍ମ ନେଇଛନ୍ତି ।
ଏହାବ୍ୟତିତ ୨୦୨୦ ମସିହାର ପ୍ରଥମ ଶିଶୁ ପାଷିଫିକ୍ ଆଇଜଲାଣ୍ଡ ଫିଜିରେ ଜନ୍ମ ହୋଇଥିବା ବେଳେ ଶେଷ ଛୁଆ ୟୁଏସରେ ଜନ୍ମ ଗ୍ରହଣ କରିଥିବା ନେଇ ରିପୋର୍ଟରୁ ଜଣାପଡିଛି ।
ସାରା ବିଶ୍ୱରେ ଜାନୁଆରୀ ୧ ତାରିଖରେ ୫୦ ପ୍ରତିଶତରୁ ଅଧିକ ନବଜାତ ଶିଶୁ ନିମ୍ନଲିଖିତ ୮ଟି ଦେଶରେ ଜନ୍ମ ହୋଇଥିବା ନେଇ ଅନୁମାନ କରାଯାଉଛି ।
ଭାରତ- ୬୭,୩୮୫
ଚୀନ- ୪୬,୨୯୯
ନାଇଜେରିଆ- ୨୬,୦୩୯
ପାକିସ୍ତାନ- ୧୬,୭୮୭
ଇଣ୍ଡୋନେସିଆ- ୧୩,୦୨୦
ୟୁଏସଏ- ୧୦,୪୫୨
ଦ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ- ୧୦,୨୪୭
ଇଥୋପିଆ- ୮୪୯୩

ୟୁନିସେଫ୍ କାର୍ଯ୍ୟକାରୀ ନିର୍ଦ୍ଦେଶକ ହେନରିଟା ଫୋର୍ କହିଛନ୍ତି, “ଏହି ନବବର୍ଷ କେବଳ ଯେ ଗୋଟିଏ ସମୟ ନେଇ ଆସିଲା ତା’ନୁହେଁ ଏଥିସହିତ ଆମର ଆଗାମୀ ପିଢି ତଥା ନବଜାତକଙ୍କୁ ମଧ୍ୟ ସ୍ୱାଗତ କରିଛି ।
ଆହୁରି ମଧ୍ୟ ଜନ୍ମର ପ୍ରଥମ ମାସରେ ହିଁ ପ୍ରାୟ ୨.୫ ମିଲିୟନରୁ ଅଧିକ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଥାଏ । ଅଧିକାଂଶ ମୃତ୍ୟୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ, ପ୍ରସବ ସମୟରେ ଜଟିଳତା ଓ ସଂକ୍ରମଣ କାରଣରୁ ହୋଇଥାଏ ।
“ଅନେକ ମାଆମାନେ ବେଳେ ସେମାନଙ୍କର ନବଜାତ ଶିଶୁଙ୍କର ଉପଯୁକ୍ତ ଦେଖାଶୁଣା କରିପାରିନଥାନ୍ତି । ଏପରିକି ବେଳେବେଳେ ପ୍ରସବ ପ୍ରଶିକ୍ଷିତ ଧାଈ ତଥା ନର୍ସମାନଙ୍କ ଦ୍ୱାରା ହୋଇନଥାଏ । ଯାହାର ପରିଣାମ ସ୍ୱରୂପ ନବଜାତ ଶିଶୁମାନଙ୍କର ମୃତ୍ୟୁ ଘଟିଥାଏ । ତେବେ ଉପଯୁକ୍ତ ତାଲିମ ଦ୍ୱାରା ଏହି ନବଜାତକ ଶିଶୁ ମୃତ୍ୟୁହାରରେ ହ୍ରାସ ହୋଇପାରନ୍ତା” ବୋଲି କହିଛନ୍ତି ଫୋର୍ ।
Comments are closed.