Latest Odisha News

BREAKING NEWS

ଭଦ୍ରକରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମରେ ନୂଆବର୍ଷର ପୂର୍ବ ସନ୍ଧ୍ୟାରେ ତଥା ଜିରୋନାଇଟ୍ ଭୋଜିରେ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମୃତ ଯୁବକଙ୍କ ନାମ ସତ୍ୟବ୍ରତ ଶିଅଳ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ କିଛି ବ୍ୟକ୍ତି ଗ୍ରାମର ବାହ୍ୟଞ୍ଚଳରେ ଭୋଜିଭାତର ଆୟୋଜନ କରୁଥିଲେ । ଏହି ସମୟରେ ଆଉ କିଛି ଯୁବଗୋଷ୍ଠୀ ସେଠାରେ ପହଞ୍ଚିଥିଲେ । ପରେ କୌଣସି କାରଣବଶତଃ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ କିଛି ଯୁବକ ସତ୍ୟବ୍ରତଙ୍କୁ ନିଛାଟିଆ ଜାଗାକୁ ନେଇଯାଇ ଲୁହା ରଡ୍ ଓ ବାଡିରେ ଆକ୍ରମଣ କରିଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ସେମାନେ ୟୁକୋ ବ୍ୟାଙ୍କର କାର୍ଯ୍ୟାଳୟ ନିକଟରେ ମୃତଦେହକୁ ଫୋପାଡି ଦେଇଥିଲେ ।

ପରେ ଏନେଇ ପିଡିତ ପରିବାର ଥାନାରେ ଅଭିଯୋଗ କରିଥିଲେ । ପୋଲିସର ସୂଚନାନୁଯାୟୀ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଥିସହିତ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଖୋଳତାଡ ଆରମ୍ଭ ହୋଇଛି ।

Leave A Reply

Your email address will not be published.