ଜଗତସିଂହପୁର: କରକେଇ ହାଟ ନିକଟରେ ଫୁଟିଲା ବୋମା । ଅପରାଧ ଘଟାଇବାକୁ ବୋମା ନେଇ ଯାଉଥିବାବେଳେ ହାତରେ ଫୁଟିଗଲା । ଆହତ ହେଲା ଗ୍ୟାଙ୍ଗଷ୍ଟର ସାଗର ମଲ୍ଲିକର ସହଯୋଗୀ ଦିବ୍ୟଜ୍ୟୋତି ଶତପଥୀ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ବୋମା ଜବତ କରିବା ସହ ଏହି ଘଟଣାର ତଦନ୍ତ ଜାରି ରଖିଛି । ଏଥିସହ ଆହତ ଦିବ୍ୟଜ୍ୟୋତିକୁ ଉଦ୍ଧାର କରି ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି।
ସୂଚନାମୁତାବକ, ଦିବ୍ୟଜ୍ୟୋତି ଓ ଅନ୍ୟ ତା’ର ଦୁଇ ସହଯୋଗୀ ଏରସମା ଅଞ୍ଚଳରେ କୌଣସି ଏକ ଅପରାଧ ଘଟାଇବା ବୋମା ଧରି ଯାଉଥିଲେ। ତେବେ କରେଇ ହାଟ ଠାରେ ଅସାବଧାନତା ହେତୁ ବୋମାଟି ହାତରେ ହିଁ ଫୁଟିଯାଇଥିଲା। ବୋମାର ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇ ବାଲିକୁଦା ଥାନାକୁ ସୂଚନା ଦେଇଥିଲେ।
ଏହି ସମ୍ପର୍କରେ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ କହିଛନ୍ତି,ଆଗରୁ ଅନେକ ଅପରାଧ ଘଟାଇଥିବା ଦିବ୍ୟ ଏହି ଘଟଣାରେ ତାର ହାତ ପାପୁଲି ଛିଡି ଗୁରୁତର ହୋଇଛି ଓ ଅନ୍ୟ ସହଯୋଗୀ ସେଠାରୁ ଖସି ପଳାଇଛନ୍ତି ଯାହାର ତଦନ୍ତ ଜାରି ରହିଛି। ଅଫୁଟା ବୋମା କୁ ନିଷ୍କ୍ରିୟ କରିବା ପାଇଁ ବୋମା ନିଷ୍କ୍ରିୟ ଦଳର ସହାୟତା ନିଆଯାଇଛି।
Comments are closed.