Latest Odisha News

BREAKING NEWS

ଆଇଏମଡିବି ଜାରୀ କଲା ବିଶ୍ୱର ୧୦ ସୁନ୍ଦରୀ ଅଭିନେତ୍ରୀଙ୍କ ନାମ, ଭାରତରୁ ଜଣେ

ମୁମ୍ବାଇ: ଇଂଟରନେଟ ମୁଭି ଡାଟାବେସ (ଆଇଏମଡିବି) ନିକଟରେ ବିଶ୍ୱର ୧୦ ସୁନ୍ଦରୀ ଅଭିନେତ୍ରୀଙ୍କ ନାମ ଜାରୀ କରିଛି । ଏହି ତାଲିକାରେ ଭାରତର ଜଣେ ମାତ୍ର ଅଭିନେତ୍ରୀ ସ୍ଥାନ ପାଇଛନ୍ତି । ସେ ହେଲେ ମିମି ଫେମ ଅଭିନେତ୍ରୀ କ୍ରିତି ସାନୋନ । ୨୦୨୧ରେ ମିମିରେ ସେ ସରୋଗେଟ ମାଆର ଭୂମିକା କରି ବେଶ ପ୍ରଶଂସିତ ହୋଇଥିଲେ । ବଲିଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କ୍ରିତି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଆମେରିକାର ମ୍ୟାକେନା ଗ୍ରେସ ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ଆମେରିକାର ଜୁଲିୟା ବଟର୍ସ ଓ ପାକିସ୍ତାନର ହାନିୟା ଅମୀର ରହିଛନ୍ତି । କ୍ରିତି ୪ର୍ଥ ସ୍ଥାନ ହାସଲ କରିଛନ୍ତି ।

ସେହିପରି ଦକ୍ଷିଣ କୋରିଆର ନ୍ୟାନ୍ସି ମ୍ୟାକଡୋନୀ, ଚୀନର ଦିଲରାବା ଦିଲମୁରାତ, ଆମେରିକାର ଶୈଲେନୀ ଉଡଲୀ, ଅଷ୍ଟ୍ରେଲିଆର ମାର୍ଗାଟ ରୋବୀ, କ୍ୟୁବାର ଏନା ଡେ ଆର୍ମର୍ସ ଓ ୟୁକେର ଏମ୍ମା ୱାଟସନ ଯଥାକ୍ରମେ ୫ମରୁ ୧୦ମ ସ୍ଥାନ ମଧ୍ୟରେ ରହିଛନ୍ତି । ପାକିସ୍ତାନର ହାନିୟା ଭାରତର କ୍ରିତିଙ୍କଠାରୁ ଆଗରୁ ରହିଛନ୍ତି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

Comments are closed.